ଦରବୃଦ୍ଧି ପ୍ରସଙ୍ଗରେ ସରକାରକୁ ଘେରିଲା ବିଜେଡି

Jul 3, 2024 - 12:25
 0  6
ଦରବୃଦ୍ଧି ପ୍ରସଙ୍ଗରେ ସରକାରକୁ ଘେରିଲା ବିଜେଡି

ଓଡିଶାରେ ଦରଦାମ ବୃଦ୍ଧି ନେଇ ଆଜି ସିଧାସଳଖ ରାଜ୍ୟ ସରକାରଙ୍କୁ ନିଶାଣ କରିଛନ୍ତି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଏବଂ ଲେଖାଶ୍ରୀ ସାମନ୍ତସିଂହାର । ପ୍ରମିଳା କହିଛନ୍ତି ଯେ,, ରାଜ୍ୟରେ ପରିବର୍ତନ ଓ ସୁଶାସନ ନାରା ଦେଇ ଆକାଶଛୁଆଁ କରିଛନ୍ତି ଦରଦାମ। ସାଧାରଣ ଲୋକ ଆଶା କରୁଛନ୍ତି ଭଲ ଖାଇବେ ଓ ଶସ୍ତାରେ ପାଇବେ, ତେଣୁ ଚାଉଳ, ଡାଲି, ପନିପରିବା ଦର ବୃଦ୍ଧି ରାଜ୍ୟ ସରକାର ନିୟନ୍ତ୍ରଣ କରି ଲୋକଙ୍କୁ ନ୍ୟାୟ ଦିଅନ୍ତୁ । ତେବେ ମନ୍ତୀ କହୁଛନ୍ତି ଦରଦାମରେ ସରକାରଙ୍କ ନିୟନ୍ତ୍ରଣ ନାହିଁ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସାଧାରଣ ଲୋକ ଶସ୍ତାରେ କେମିତି ଜିନିଷ ପାଇବେ, ସେ ବ୍ୟବସ୍ଥା ରାଜ୍ୟ ସରକାର କରନ୍ତୁ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ । ଏଥିସହ ବିଜେଡି ଏ ପ୍ରସଙ୍ଗରେ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି କହିଛନ୍ତି ପ୍ରମିଳା।ଅନ୍ୟପଟେ ଲେଖାଶ୍ରୀ କହିଛନ୍ତି ଯେ, ଯଦି ବିଜେପିର ବିଜୟ ଉତ୍ସବ ସରିଲାଣି, ତା ହେଲେ ଯେଉଁ ଭୋଟରେ ଜିତିଛନ୍ତି ସେ ଓଡ଼ିଶାବାସୀଙ୍କ ହିତ କଥା ଚିନ୍ତା କରନ୍ତୁ । ଦରଦାମ ହୁ ହୁ ହୋଇ ବଢୁଛି, ଆଉ ଦାୟିତ୍ୱହୀନ ମନ୍ତବ୍ୟ ଦେଇଛନ୍ତି ମନ୍ତ୍ରୀ । ସରକାରଙ୍କ ଦାୟିତ୍ୱ ହେଉଛି, ଦରଦାମ ନିୟନ୍ତ୍ରଣରେ ରଖିବା । ଯାହା ଫଳରେ ଲୋକେ ଜିନିଷ କିଣି ବ୍ୟବହାର କରି ପାରିବେ । କିନ୍ତୁ ରାଜ୍ୟ ସରକାର ହାତ ଟେକି ଦେବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଲେଖାଶ୍ରୀ  ।

What's Your Reaction?

like

dislike

love

funny

angry

sad

wow