କଟକ ସିଡିଏମଓ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲା
Kishore Sahanie, Senior Assistant at the Cuttack CDMO office, has been arrested by Vigilance on charges of disproportionate assets. Yesterday, a 7-member Vigilance team raided multiple locations linked to him. During the raid, officials seized 2 houses, 19 valuable plots, ₹3.3 lakh in cash, 135 grams of gold, and bank deposits worth ₹55.48 lakh. He also faces allegations of embezzling over ₹1.24 crore of government funds.
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ସିଡିଏମଓ ଅଧିକାରୀ ବରିଷ୍ଠ ସହାୟକ କିଶୋର ସାହାଣୀଙ୍କୁ ବାନ୍ଧିଲା ଭିଜିଲାନ୍ସ। ଗତକାଲି କିଶୋରଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସର ୭ଜଣିଆ ଦଳ। ଚଢ଼ାଉ ସମୟରେ ତାଙ୍କର ୨ଟି କୋଠା, ୧୯ଟି ମୂଲ୍ୟବାନ୍ ପ୍ଲଟ୍, ନଗଦ ୩ ଲକ୍ଷ ୩୦ ହଜାର ଟଙ୍କା , ୧୩୫ ଗ୍ରାମ୍ ସୁନା ଏବଂ ୫୫.୪୮ ଲକ୍ଷ ଟଙ୍କାର ଜମା ହୋଇଥିଲା ଠାବ । ତାଙ୍କ ବିରୁଦ୍ଧରେ ୧.୨୪ କୋଟି ଟଙ୍କାରୁ ଅଧିକ ସରକାରୀ ପାଣ୍ଠିର ହେରଫେର ହୋଇଥିବା ନେଇ ମଧ୍ଯ ରହିଛି ଅଭିଯୋଗ ।
What's Your Reaction?