ନୂଆ ରୂପ ପାଇବ କାକଟପୁର ମା’ ମଙ୍ଗଳାଙ୍କ ପୀଠ

ନୂଆ ରୂପ ପାଇବ କାକଟପୁର ମା’ ମଙ୍ଗଳାଙ୍କ ପୀଠ । ପ୍ରାଚୀ ନଦୀର ପୁନରୁଦ୍ଧାର ପାଇଁ ୩୪୫କୋଟି ଟଙ୍କା ହେବ ଖର୍ଚ୍ଚ । ଏଥିପାଇଁ ଡିପିଆର ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଏ ନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେହିଭଳି ମା’ ମଙ୍ଗଳା ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରସ୍ତୁତ ହୋଇଛି ଡିପିଆର୍ । ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହେବ ୧୨୨ କୋଟି ଟଙ୍କା ।
What's Your Reaction?






