ରାଜ୍ୟରେ ଖୋଲିବନି ନୂଆ ମଦ ଦୋକାନ
ଆସିଲା ନୂଆ ଅବକାରୀ ନୀତି ୨୦୨୬-୨୯ । ତ୍ରୈବାର୍ଷିକ ଅବକାରୀ ନୀତି ଘୋଷଣା କଲେ ରାଜ୍ୟ ସରକାର । ଅବକାରୀ ଶୁଳ୍କ ଉପରେ ହୋଇଛି ୦.୫% ଡି-ଆଡିକ୍ସନ ସେସ୍ ପରିବର୍ତ୍ତନ । ନୂଆ ଅବକାରୀ ନୀତିରେ ମଦକୁ କ୍ଷତିକାରକ ପଦାର୍ଥ ଭାବେ କରାଯାଇଛି ସ୍ୱୀକାର । ବିଭିନ୍ନ ଅବକାରୀ ଲାଇସେନ୍ସ ପାଇଁ ୧୦% ବଢ଼ାଯିବ ଆବେଦନ ଶୁଳ୍କ । ଲାଇସେନ୍ସ ଶୁଳ୍କ ପ୍ରତିବର୍ଷ ୧୦ରୁ ୨୦% ପର୍ଯ୍ୟନ୍ତ ପାଇବ ବୃଦ୍ଧି । IMFL ଓ ଦେଶୀ ମଦ ଉପରେ ଅବକାରୀ ଶୁଳ୍କ ବୃଦ୍ଧି ପାଇବ । ରାଜ୍ୟରେ ନୂତନ OFF,CL ଦୋକାନ ଏବଂ ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବାକୁ ମିଳିବନି ଅନୁମତି । ଶ୍ରୀମନ୍ଦିର ଓ ବଡ଼ଦାଣ୍ଡ ପାଖରେ ଚାଲୁ ହେବନି କୌଣସି ଅବକାରୀ ଦୋକାନ। କେବଳ ଶିଳ୍ପାଞ୍ଚଳର ୩-ତାରକା ଓ ତାହା ଠାରୁ ଉପର ହୋଟେଲ୍ ଓ କ୍ଲବ୍ରେ ଛାଡ଼ ରହିବ ।ଏହା ସହିତ ଘରକୁ ମଦ ପହଞ୍ଚାଇବାକୁ ମଧ୍ୟ ଦିଆଯିବ ନାହିଁ ଅନୁମତି।
What's Your Reaction?