ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗ ଏସ୍‌ଡିଓ

Mar 26, 2026 - 13:23
 0  1
ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗ ଏସ୍‌ଡିଓ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଡହ ଜଳସେଚନ ପ୍ରକଳ୍ପର ଏସ୍‌ଡିଓ ପଞ୍ଚୁ ବେହେରାଙ୍କ ୫ଟି ସ୍ଥାନରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ। ଏହି ଚଢାଉରେ ୩ ଜଣ ଡିଏସ୍‌ପି ଏବଂ ୭ ଜଣ ଇନ୍ସପେକ୍ଟରଙ୍କ ସମେତ ସାମିଲ ଅଛନ୍ତି ଏକ ବଡ଼ ଦଳ। ଭଞ୍ଜନଗର ସ୍ଥିତ ସରକାରୀ ବାସଭବନ ଏବଂ କାର୍ଯ୍ୟାଳୟରେ ଜାରି ରହିଛି ତଲାସି । ଏହା ବ୍ୟତୀତ ବ୍ରହ୍ମପୁର ବସନ୍ତ ବିହାରରେ ଥିବା ତାଙ୍କର ତିନି ମହଲା କୋଠା, ପୋଲସରା ଏବଂ ବ୍ରହ୍ମପୁରରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ପହଞ୍ଚି ଯାଞ୍ଚ କରୁଛି ଭିଜିଲାନ୍ସ ଦଳ।ପଞ୍ଚୁ ବେହେରାଙ୍କ ନାମରେ ନିଜର ଆୟଠାରୁ ଅଧିକ ସମ୍ପତ୍ତି ରଖିଥିବା ନେଇ ଅଭିଯୋଗ ହେବା ପରେ  ଜାରି କରାଯାଇଥିଲା ଏହି ସର୍ଚ୍ଚ ୱାରେଣ୍ଟ। 

What's Your Reaction?

like

dislike

love

funny

angry

sad

wow