ସିଙ୍ଗାପୁରରେ ମୋଦି, ବିଭିନ୍ନ ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

ସିଙ୍ଗାପୁର ଗସ୍ତର ଦ୍ୱିତୀୟ ଦିନରେ ସିଙ୍ଗାପୁର ସଂସଦରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରାଯାଇଛି ଭବ୍ୟ ସ୍ୱାଗତ।ଆଜି ବିଭିନ୍ନ ପ୍ରସଙ୍ଗକୁ ନେଇ ଦୁଇ ଦେଶ ମଧ୍ୟରେ ହୋଇଛି ଚୁକ୍ତି ସ୍ୱାକ୍ଷରିତ । ସିଙ୍ଗାପୁର ସଂସଦ ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ଉପସ୍ଥିତିରେ ସେମି କଣ୍ଡକ୍ଟର, ଡିଜିଟାଲ୍ ଟେକ୍ନୋଲୋଜି, ସ୍ବାସ୍ଥ୍ୟ ଓ ଦକ୍ଷତା ବିକାଶ ନେଇ ହୋଇଛି ବୁଝାମଣା।ଭାରତ-ସିଙ୍ଗାପୁର ସେମିକଣ୍ଡକ୍ଟର ଇକୋସିଷ୍ଟମ୍ ସହଭାଗୀତା ସମ୍ବନ୍ଧରେ ମଧ୍ୟ ଏକ ଏମଓୟୁ ହୋଇଛି ସ୍ୱାକ୍ଷରିତ। ସେମିକଣ୍ଡକ୍ଟର କ୍ଲଷ୍ଟର ବିକାଶ ଏବଂ ସେମିକଣ୍ଡକ୍ଟର ଡିଜାଇନ୍ ଓ ଉତ୍ପାଦନ ଉପରେ ଧ୍ୟାନ ଦେବେ ଉଭୟ ଦେଶ।
What's Your Reaction?






