ପୃଥିବୀର କ୍ଷୁଦ୍ରତମ ସ୍ତନ୍ୟପାୟୀ ପ୍ରାଣୀ

May 31, 2024 - 14:53
 0  12
ପୃଥିବୀର କ୍ଷୁଦ୍ରତମ ସ୍ତନ୍ୟପାୟୀ ପ୍ରାଣୀ

ସମଗ୍ର ପୃଥିବୀରେ ଅଛନ୍ତି ପ୍ରାୟ ୬୪୦୦ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ । ସେଥିମଧ୍ୟରୁ   ବମ୍ବଲ୍ବି ବ୍ୟାଟ୍ ସବୁଠୁ କ୍ଷୁଦ୍ରତମ ବୋଲି ସ୍ତାନିତ ହୋଇଛି  ଗିନିଜ ବୁକରେ l ଏହି ଟିକି ବାଦୁଡ଼ି ସମ୍ପର୍କରେ କିଛି ଗୁରୁତ୍ବପୁର୍ଣ୍ଣ ତଥ୍ୟ: ଏକ କ୍ଷୁଦ୍ରତମ ପ୍ରଜାତି  ଯାହାର ନାମ ହେଉଛି ବମ୍ବଲ୍ବି ବ୍ୟାଟ୍ ବା କିଟିସ୍ ହଗ୍ ନୋଜ୍ଡ ବ୍ୟାଟ୍ । ଏହାର ଓଜନ ମାତ୍ର ୨ଗ୍ରାମ୍ ଓ ଲମ୍ବା ୨୯ରୁ ୩୩ମିଲିମିଟର ହୋଇଥିବା ବେଳେ ଡେଣାର ଲମ୍ବ ୧୭୦ ମିଲିମିଟର।
ଏହି ବାଦୁଡ଼ି ଦେଖାଯାଆନ୍ତି ମାତ୍ର ଦୁଇଟି ଦେଶରେ : ଥାଇଲାଣ୍ଡର ଦକ୍ଷିଣ-ପଶ୍ଚିମ ଭାଗରେ ରହିଛି ଅନେକ ଚୂନ ପଥର ଗୁମ୍ଫା। ଉକ୍ତ ଗୁମ୍ଫା ଭିତରେ ବାସକରନ୍ତି ଏହି କ୍ଷୁଦ୍ର ବାଦୁଡ଼ି ପ୍ରଜାତି । ମ୍ୟାନ୍ମାର୍ରେ ମଧ୍ୟ ଦେଖାଯାଆନ୍ତି  ଏହି କ୍ଷୁଦ୍ର ଆକାରର ବାଦୁଡ଼ି । ୨୦୦୮ ପର୍ଯ୍ୟନ୍ତ ହୋଇଥିବା ଏକ ଗବେଷଣା  ଅନୁଯାୟୀ ଥାଇଲାଣ୍ଡର ୪୪ଟି ଏବଂ ମ୍ୟାନ୍ମାରର ୫ଟି ଗୁମ୍ଫା ଭିତରେ ଦେଖିବାକୁ ମିଳିଥିଲେ ଏହି ବାଦୁଡ଼ି । ପିଠିରେ ଗାଢ଼ ଲାଲ୍-ମାଟିଆ କିମ୍ବା ଧୂସର ରଙ୍ଗର ଲୋମ ଥିବା ବେଳେ ପେଟ ପଟେ ଥାଏ ଛୋଟ ଲୋମ।  ଏପ୍ରିଲ୍ ମାସରେ ଜନ୍ମ ଦେଇଥା’ନ୍ତି ଏହି ବାଦୁଡି ଛୁଆ । ଥରକରେ ଏମାନେ ଜନ୍ମ ଦିଅନ୍ତି ମାତ୍ର ଗୋଟିଏ ଛୁଆ ଯାହାର ଆୟୁସ ୫ରୁ ୧୦ବର୍ଷ। ସନ୍ଧ୍ୟାରେ ମାତ୍ର ୩୦ ମିନିଟ୍ ପର୍ଯ୍ୟନ୍ତ ଗୁମ୍ଫାରୁ ବାହାରକୁ ଯାଇ ମାତ୍ର ୧ କିଲୋମିଟର ଦୂରତା ମଧ୍ୟରେ ଉଡ଼ି ବୁଲି ସେମାନେ  ଫେରିଆସନ୍ତି ନିଜ ଖାଦ୍ୟ ସଗ୍ରହ କରି।

What's Your Reaction?

like

dislike

love

funny

angry

sad

wow