ମଦୁଆ ଶିକ୍ଷକଙ୍କୁ ମନ୍ତ୍ରୀଙ୍କ ଚେତାବନୀ

Sep 18, 2024 - 13:46
 0  1
ମଦୁଆ ଶିକ୍ଷକଙ୍କୁ ମନ୍ତ୍ରୀଙ୍କ ଚେତାବନୀ

ସାବଧାନ ହୁଅନ୍ତୁ ମଦ୍ୟପ  ଶିକ୍ଷକ ।ଏଣିକି ବିଦ୍ୟାଳୟକୁ ମଦ ପିଇ ଆସିଲେ କଡା ପଦକ୍ଷେପ ନେବ ବିଭାଗ । ଏମିତି କିଛି ସତର୍କ ବାଣୀ ଶୁଣାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ ଆହୁରି କହିଛନ୍ଶିତି ଯେ,କ୍ଷକମାନେ ନିଶାମୁକ୍ତ ରହିବା ନିହାତି ଦରକାର । ପାଠ ପଢାଇବା ବେଳେ ଶିକ୍ଷକ ଯଦି ମଦ ପିଇ ମାତାଲ ହୋଇ ଆସିବେ ତାହା ଶିକ୍ଷା ଉପରେ ପକାଇବ ପ୍ରଭାବ । ତେଣୁ ଶିକ୍ଷା ସହ ଯୋଡ଼ି ହୋଇଥିବା କୌଣସି ବ୍ୟକ୍ତି କିମ୍ବା ଏହାର ଆଖପାଖ ଅଞ୍ଚଳ ମଦ ମୁକ୍ତ ହେବା ଦରକାର।ସେହିପରି ପିଲାଙ୍କୁ ବିଦ୍ୟାଳୟକୁ ନେଇ ଯାଉଥିବା ବସ୍‌ର ଡ୍ରାଇଭର ମଦ ପିଇ ଗାଡି ଚଳାଇଲେ ମଧ୍ଯ ହେବ କାର୍ଯ୍ୟାନୁଷ୍ଠାନ । କାରଣ ଗାଡ଼ିର ଚାଳକ ମଦ ପିଇବା ଦ୍ୱାରା ରହିଥାଏ ଦୁର୍ଘଟଣା ଆଶଙ୍କା । ତେଣୁ ବିଭାଗ କଡା ଆଭିମୁଖ୍ୟ ଗ୍ରହଣ କରିବ ବୋଲି ଚେତାଇ ଦେଇଛନ୍ତି ମନ୍ତ୍ରୀ । 

What's Your Reaction?

like

dislike

love

funny

angry

sad

wow