ସିରିଏଲ୍ ପେଜର୍ ବ୍ଲାଷ୍ଟ, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି
ଲେବାନନ୍ ଓ ଏହାର ସୀମାବର୍ତ୍ତୀ ସିରିଆର କିଛି ଅଞ୍ଚଳରେ ହୋଇଛି ପେଜର ବିସ୍ଫୋରଣ । ଏଥିରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତ ହୋଇଛନ୍ତି ୪ହଜାରରୁ ଅଧିକ ଲୋକ।ଆଗକୁ ଆହୁରି ବଢ଼ିପାରେ ମୃତ୍ୟୁସଂଖ୍ୟା। ପେଜର୍ସକୁ ହ୍ୟାକ୍ କରି ବିସ୍ଫୋରଣ କରାଯାଇଥିବା ହେଉଛି ଚର୍ଚ୍ଚା । ହିଜବୁଲାର ଯୁଦ୍ଧବିମାନରେ ହୋଇଥାଏ ଏହି ପେଜର୍ସର ବ୍ୟବହାର ।ତେଣୁ ଏହି ହ୍ୟାକିଂ ପଛରେ ଇସ୍ରାଏଲର ହାତ ରହିଥିବା କରାଯାଉଛି ଦାବି । ତେବେ ଏନେଇ ଏପର୍ଯ୍ୟନ୍ତ ପ୍ରତିକ୍ରିୟା ଦେଇନାହିଁ ଇସ୍ରାଏଲ ।
What's Your Reaction?