ବାଂଲାଦେଶରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେଲା ଭାରତୀୟ ଭିସା ଆବେଦନ କେନ୍ଦ୍ର
ବାଂଲାଦେଶରେ ଚାଲିଥିବା ହିଂସା ମଧ୍ୟରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେଲା ଭାରତୀୟ ଭିସା ଆବେଦନ କେନ୍ଦ୍ର । ପରବର୍ତ୍ତୀ ସୂଚନା ନ ଆସିବା ପର୍ଯ୍ୟନ୍ତ ଏହା ବନ୍ଦ ରହିବ ବୋଲି ଜାରି କରାଯାଇଛି ଏକ ନୋଟିସ । ଭାରତୀୟ ଭିସା ଆବେଦନ କେନ୍ଦ୍ରର ସୂଚନା ଅନୁଯାୟୀ, କେବେ ଭିସା କେନ୍ଦ୍ର ଖୋଲାଯିବ, ସେନେଇ ଏସଏମଏସ ଜରିଆରେ ଜଣାଇ ଦିଆଯିବ ଏବଂ ପରବର୍ତ୍ତୀ କାର୍ଯ୍ୟ ଦିବସରେ ସଂଗ୍ରହ କରାଯିବ ପାସପୋର୍ଟ। ଅନ୍ୟପଟେ ବାଂଲାଦେଶ ରାଜନୈତିକ ହିଂସା ନେଇ ସୀମାନ୍ତ ଭାରତରେ ଜାରି କରାଯାଇଛି ଉଚ୍ଚ ସତର୍କତା । ଓଡ଼ିଶା ସୀମା ଦେଇ ବାଂଲାଦେଶୀ ଅନୁପ୍ରବେଶକାରୀ ରାଜ୍ୟକୁ ପଶି ଆସିବାର ସମ୍ଭାବନା ରହିଥିବାରୁ ଓଡିଶାର ସମସ୍ତ ଜଳପଥ ଓ ସ୍ଥଳପଥ ଉପରେ କଡା ନଜର ରଖିଛି ପୋଲିସ୍।କେନ୍ଦ୍ରାପଡ଼ା, ବାଲେଶ୍ଵର, ପୁରୀ, ଗୋପାଳପୁର ସାମୁଦ୍ରିକ ଥାନା ପୋଲିସ୍ ଏବେ ମାରୁଛି ପଇଁତରା। ରାତି ପାଟ୍ରୋଲିଂକୁ କରାଯାଇଛି କଡ଼ାକଡ଼ି । ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ କଡା ସୁରକ୍ଷା ବ୍ଯବସ୍ଥା କରାଯାଇ ଥିବା କହିଛନ୍ତି ଡିଜିପି । ପୂରା ଉପକୂଳ ଅଞ୍ଚଳରେ ତ୍ରିସ୍ତରୀୟ ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଛି ବୋଲି କହିଛନ୍ତି ପୋଲିସ ଡିଜି ଅରୁଣ ଷଡଙ୍ଗୀ ।
What's Your Reaction?