ମେସେଜିଂ ଆପ୍‌ ‘ଟେଲିଗ୍ରାମ’ର ପ୍ରତିଷ୍ଠାତା ଗିରଫ

ମେସେଜିଂ ଆପ୍‌ ‘ଟେଲିଗ୍ରାମ’ର ପ୍ରତିଷ୍ଠାତା ଗିରଫ

ମେସେଜିଂ ଆପ୍‌ ‘ଟେଲିଗ୍ରାମ’ର ପ୍ରତିଷ୍ଠାତା ପାଭେଲ ଡୁରୋଭ ଗିରଫ।  ପାଭେଲ ନିଜ ପ୍ରାଇଭେଟ୍‌ ଜେଟ୍‌ ଜରିଆରେ ଆଜେରବାଇଜାନକୁ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ଫ୍ରାନ୍ସର ବର୍ଗେଟ ବିମାନ ବନ୍ଦରରୁ ତାଙ୍କୁ ଗିରଫ କରିଛି ପୋଲିସ। ତାଙ୍କ ନାମରେ ପୂର୍ବରୁ ଗିରଫ ଓ୍ବାରେଣ୍ଟ ଜାରି କରିଥିଲା ଫ୍ରାନ୍ସ। ଟେଲିଗ୍ରାମ ଦ୍ବାରା ଅପରାଧିକ ଗତିବିଧି ଚଳାଉଥିବା ନେଇ ତାଙ୍କ ନାମରେ ହୋଇଥିଲା  ଅଭିଯୋଗ। ତେବେ ଏ ବାବଦରେ କୌଣସି ପ୍ରତିକ୍ରିୟା ଦେଇନାହିଁ ଟେଲିଗ୍ରାମ।