ମସ୍କୋ ଓ କିବ୍ ମଧ୍ଯରେ ହୋଇଛି ବନ୍ଦୀ ବିନିମୟ

ମସ୍କୋ ଓ କିବ୍ ମଧ୍ଯରେ ହୋଇଛି ବନ୍ଦୀ ବିନିମୟ

ମସ୍କୋ ଓ କିବ୍ ମଧ୍ଯରେ ହୋଇଛି ବନ୍ଦୀ ବିନିମୟ ।  ସଂଯୁକ୍ତ ଆରବ ଏମିରେଟସର ମଧ୍ଯସ୍ଥତା କ୍ରମେ ଉଭୟ ପକ୍ଷର ୧୦୩ ଲେଖାଏଁ ବନ୍ଦୀଙ୍କୁ କରାଯାଇଛି ଅଦଳବଦଳ। ସେପଟେ ପୂର୍ବ ୟୁକ୍ରେନ ଭିତରେ ନିଜର ଦବଦବା ଜାରି ରଖିଛି ରୁଷିଆ ।ଗତ ମେ ୨୦୨୨ରେ ଆଜୋବସ୍ତାଲ ଷ୍ଟିଲ ପ୍ଲାଣ୍ଟକୁ ନିଜ କବଜାକୁ ନେବା ପରେ ୟୁକ୍ରେନୀୟଙ୍କୁ ବନ୍ଦୀ କରି ରଖିଥିଲା ରୁଷିଆ। ଘମାଘୋଟ ଯୁଦ୍ଧ ମଧ୍ଯରେ ଶାନ୍ତି ପ୍ରତିଷ୍ଠା ଦିଗରେ ଆଶାର ସଞ୍ଚାର ସୃଷ୍ଟି କରିଛି ଏହି ବନ୍ଦୀ ବିନିମୟ କାର୍ଯ୍ୟକ୍ରମ । ସେପଟେ ଦୂରଗାମୀ କ୍ଷେପଣାସ୍ତ୍ର ବ୍ଯବହାର ଲାଗି ୟୁକ୍ରେନକୁ ଅନୁମତି ନ ଦେବାକୁ ଚେତାବନୀ ଦେଇଛନ୍ତି ରୁଷିଆ ରାଷ୍ଟ୍ରପତି । ଯଦି ଅନୁମତି ଦିଆଯିବ ତେବେ ତାହା ଯୁଦ୍ଧରେ ନାଟୋର ଭାଗ ନେବା ସହ ସମାନ ବୋଲି କହିଛନ୍ତି ପୁଟିନ ।