ରାଜ୍ୟରେ ହେବ ପ୍ରବଳ ବର୍ଷା

Sep 15, 2024 - 14:17
 0  5
ରାଜ୍ୟରେ ହେବ ପ୍ରବଳ ବର୍ଷା

ଗତକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଗଭୀର ଅବପାତରେ ହୋଇଛି ପରିଣତ । ବର୍ତ୍ତମାନ ଗଭୀର ଅବପାତଟି ବାଂଲାଦେଶ ଓ ଗାଙ୍ଗେଟି ପଶ୍ଚିମବଙ୍ଗ ଅଂଚଳ ଉପରେ ରହିଛି ସକ୍ରିୟ। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦେଇ ଗତି କରିବା ସହ ଆଜି ପାଇଁ ଅଧିକ ରହିବ ତୀବ୍ରତା । ଗଭୀର ଅବପାତଟି ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରି ଦୁର୍ବଳ ହେବା ସହ ୨୪ ଘଣ୍ଟା ମଧ୍ୟରେ ଅବପାତରେ ହେବ ପରିଣତ । ପରେ ପଶ୍ଚିମ ଦିଗରେ ଗତିକରି ଝାରଖଣ୍ଡ ଓ ଛତିଶଗଡ ଆଡକୁ ଗତି କରି ଅତିକ୍ରମ କରିବ ଉପକୂଳ । ଯାହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ରହିଛି ସମ୍ଭାବନା  ।

What's Your Reaction?

like

dislike

love

funny

angry

sad

wow