ନିୟନ୍ତ୍ରଣ ହେବ ମଙ୍କିପକ୍ସ

Sep 14, 2024 - 11:33
 0  5
ନିୟନ୍ତ୍ରଣ ହେବ ମଙ୍କିପକ୍ସ

ନିୟନ୍ତ୍ରଣ ହେବ ମଙ୍କିପକ୍ସ । ଏମ୍‌ଭିଏ-ବିଏନ୍‌ ଏମ୍‌ପକ୍ସ ଟିକାକୁ ମିଳିଲା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ମଞ୍ଜୁରୀ ।ଏହି ଟିକାକୁ ୪ ସପ୍ତାହ ବ୍ୟବଧାନରେ ୧୮ବର୍ଷରୁ ଉର୍ଦ୍ଧ୍ବ ରୋଗୀଙ୍କୁ ଦିଆଯିବ ଦୁଇଟି ଡୋଜ୍ । ଆବଶ୍ୟକ ସ୍ଥଳେ ଦିଆଯାଇପାରିବ ଶିଶୁ ତଥା ପିଲାଙ୍କୁ।  ମଙ୍କିପକ୍ସ ନିରୋଧୀ ପ୍ରଥମ ଟିକା ଭାବେ ଡବ୍ଲ୍ୟୁଏଚ୍‌ଓର ତାଲିକାରେ ଏହା ହୋଇଛି ସାମିଲ । ଡେନମାର୍କ ବାୟୋକେଟ୍ କମ୍ପାନି ବାଭାରିଆନ୍‌ ନର୍ଡିକ୍‌ର ପ୍ରସ୍ତୁତ କରିଛି ଏହି ଟୀକା। 
ଟିକାର ପ୍ରିକ୍ୱାଲିଫିକେସନ ଆଫ୍ରିକା ଏବଂ ଅନ୍ୟ ଦେଶଗୁଡ଼ିକରେ ଥିବା ସଂକ୍ରମଣ ବିରୋଧରେ ଲଢ଼ିବାକୁ ଦେଖାଇବ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ଏବେ ଟିକାର ବଡ଼ ମାତ୍ରାରେ ଉତ୍ପାଦନ ଏବଂ ସମାନ ଭାବେ ବଣ୍ଟନକୁ ସୁନିଶ୍ଚିତ କରିବା ସହ ସଂକ୍ରମଣ ବହୁଳ ଦେଶଗୁଡ଼ିକୁ ପ୍ରାଥମକିତା ଭିତ୍ତିରେ ଏହାକୁ ପ୍ରଦାନ କରାଯିବା ଜରୁରି ବୋଲି ବୋଲି କହିଛନ୍ତି ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଡ. ଟେଡ୍ରୋସ୍‌ ଅଧୋନମ୍‌ ।  ଟିକାକୁ ୮ ସପ୍ତାହ ପାଇଁ ୨ରୁ ୮ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରାରେ ରଖାଯାଇପାରିବ ଗଚ୍ଛିତ । ଏହାର ସିଙ୍ଗିଲ୍‌ ଡୋଜ୍‌ ୭୬% ପ୍ରଭାବୀ ହୋଇଥିବାବେଳେ ଦୁଇଟି ଡୋଜ୍‌ର ପ୍ରଭାବ ୮୦% ରୁ ରହିବ ଅଧିକ।

What's Your Reaction?

like

dislike

love

funny

angry

sad

wow