ଶେଖ ହାସିନାଙ୍କୁ ଫେରାଇ ଆଣିବାକୁ ଚିଠି ଲେଖିଲା ବାଂଲାଦେଶ

ଶେଖ ହାସିନାଙ୍କୁ ଫେରାଇ ଆଣିବାକୁ ଚିଠି ଲେଖିଲା ବାଂଲାଦେଶ

ବାଂଲାଦେଶ ହିଂସାର ଅନେକ ମାସ ପରେ ଶେଷରେ ଶେଖ ହାସିନାଙ୍କୁ ଭାରତରୁ ପ୍ରତ୍ୟପର୍ଣ କରିବାକୁ ଦାବି କରିଛନ୍ତି ମହମ୍ମଦ ୟୁନୁସଙ୍କ ନେତୃତ୍ଵାଧୀନ ସରକାର। ଏଥିପାଇଁ ଭାରତକୁ ଏକ ଚିଠି ଲେଖିଛି ବାଂଲାଦେଶ,ଯେଉଁଥିରେ ଲେଖା ଅଛିଯେ, ଶେଖ ହସିନାଙ୍କୁ ପଠାଇ ଦିଆଯାଉ ଢାକା । ସଂପ୍ରତି ଦିଲ୍ଲୀର କୌଣସି ଏକ ଅଜ୍ଞାତ ସ୍ଥାନରେ ଅଛନ୍ତି ବାଂଲାଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ। ଯାହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ।ସେ କହିଛନ୍ତି ଯେ, ‘ଆମେ ନିଶ୍ଚିତ କରୁଛୁ , ପ୍ରତ୍ୟପର୍ଣ ଅନୁରୋଧ ସମ୍ବନ୍ଧରେ ଆମେ ବାଂଲାଦେଶ ହାଇ କମିଶନଙ୍କଠାରୁ ଏକ ଚିଠି ପାଇଛୁ। ହେଲେ ଆମ ପାଖରେ ଏହା ଉପରେ କୌଣସି ଟିପ୍ପଣୀ ନାହିଁ।