ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ ସରକାରୀ କର୍ମଚାରୀ

Sep 14, 2024 - 11:16
 0  3
ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ ସରକାରୀ କର୍ମଚାରୀ

ଆଜିଠାରୁ ୧୬ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ ସରକାରୀ କର୍ମଚାରୀ । ଆବଶ୍ୟକ ପଡ଼ିଲେ ସର୍ଟ ନୋଟିସ୍‌ରେ ଆସିବେ କାର୍ଯ୍ୟାଳୟ। ଶନିବାର, ରବିବାର ଓ ସୋମବାର ଛୁଟି ଥିବାରୁ ଜାରି ହଇଛି ନିର୍ଦେଶନାମା ।ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଘାସିରାମ ମୁର୍ମୁ ସମସ୍ତ ବିଭାଗର ସଚିବ ଓ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଲେଖି କରିଛନ୍ତି ଅବଗତ । ୧୭ରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବାର କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି ।  ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୌଣସି ସରକାରୀ ଅଫିସରଙ୍କୁ ହେଡକ୍ୱାର୍ଟର ଛାଡ଼ିବାକୁ ଦିଆଯାଇପାରିବ ନାହିଁ ଅନୁମତି । ଏନେଇ ଆବଶ୍ୟକ ନିର୍ଦ୍ଦେଶନାମା ସମସ୍ତ ଅଫିସରମାନଙ୍କୁ ଜାରି କରିବା ପାଇଁ ଦିଆଯାଇଛି ପରାମର୍ଶ। 

What's Your Reaction?

like

dislike

love

funny

angry

sad

wow