ରାଶିଫଳ

Jul 31, 2024 - 11:23
 0  22
ରାଶିଫଳ
ମେଷ

କୌଣସି ଅପୂରଣୀୟ ଇଚ୍ଛା ମନକୁ ବିଚଳିତ କରିବ। ନୂତନ ସ୍ଥାନ ବୁଲିଯିବା ସୁଯୋଗ ମିଳିବ ଓ ବନ୍ଧୁଙ୍କ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଅଶ୍ୱିନୀ ନକ୍ଷତ୍ରର ବିବାଦ ପରିପ୍ରେକ୍ଷୀରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ।
ବୃଷ

ବିଳମ୍ବ ହେଲେ ମଧ୍ୟ କାମଗୁଡ଼ିକ ସମ୍ପନ୍ନ ହେବାରେ ଅସୁବିଧା ରହିବ ନାହିଁ। ଅର୍ଥ କିମ୍ବା ଦରକାରୀ ଜିନିଷ ପାଇବାକୁ ନେଇ ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତ ହୋଇପାରନ୍ତି। ଶିଳ୍ପ, କାରିଗରି, ବ୍ୟବସାୟ, ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।
ମିଥୁନ

କୌଣସି ମୂଲ୍ୟବାନ ଜିନିଷ କ୍ରୟ ସକାଶେ ଆର୍ଥିକ ଅନଟନ ମୁଖ୍ୟ ସମସ୍ୟା ହେବ। ଯାହା କିଛି କହିବେ ଭାବିଚିନ୍ତି କହନ୍ତୁ, ନତୁବା ଭଲ ବଦଳରେ ମନ୍ଦ ଫଳ ଭୋଗିବାକୁ ପଡ଼ିପାରେ। ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ ନ ହେବା କାରଣରୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
କର୍କଟ

କାର୍ଯ୍ୟବ୍ୟସ୍ତତା ହେତୁ ଖାଇବା ପିଇବାରେ ଅବହେଳା କରି ସ୍ବାସ୍ଥ୍ୟ ପାଇଁ ନିଜେ ହିଁ ବାଧକ ସାଜିବେ। ଅର୍ଥର ଅଭାବ ନ ଥିଲେ ମଧ୍ୟ ଖର୍ଚ୍ଚ ପ୍ରତି ସଜାଗ ରହିବା ଭଲ। ନିଜ ଲୋକଙ୍କୁ ଭୁଲ୍‌ ବୁଝି ପରକଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। 
ସି˚ହ

ଆଜି ଆକସ୍ମିକ ଯାତ୍ରା କରିବା ସହିତ ପରିବାରର ଆବଶ୍ୟକତା ପୂରଣ ଦିଗରେ ଖର୍ଚ୍ଚାନ୍ତ ହେବେ। ନିଜକୁ ନିୟନ୍ତ୍ରଣରେ ରଖିବା ପାଇଁ ଅସମର୍ଥ ହୋଇପାରନ୍ତି। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସ୍ବାସ୍ଥ୍ୟ ବ୍ୟାହତ ଆଶଙ୍କା ଉପୁଜିପାରେ। 
କନ୍ୟା

ବିଭିନ୍ନ ଦିଗରୁ ଅର୍ଥାଗମ ସହ ପାର୍ଟିରେ ବନ୍ଧୁମିଳନ ଓ ସୁସ୍ବାଦୁ ଭୋଜନର ଯୋଗ ରହିଛି। ସ୍ଥଗିତ କାମକୁ ତ୍ୱରିତ ପଦକ୍ଷେପ ନେଇ ସମ୍ପନ୍ନ କରିବେ। ଲାଗି ରହିଥିବା ଘରୋଇ ସମସ୍ୟାର ସମାଧାନ ସକାଶେ ଜଣେ ଆତ୍ମୀୟ ସାହାଯ୍ୟର ପ୍ରତିଶ୍ରୁତି ଦେବେ। 
ତୁଳା

ଦିନଟିରେ କିଛି ଅସୁବିଧା ନ ଥିଲେ ମଧ୍ୟ କର୍ମକ୍ଷେତ୍ରରେ ଟେନ୍ସନ ଲାଗିରହିବ। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧା ଭୋଗିବେ। ହଠାତ୍‌ ଜଣେ ବନ୍ଧୁଙ୍କ କାମରେ ଯୋଗଦେବା ପାଇଁ ମନ ଛଟପଟ ହେବ। 
ବିଛା

ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ। କର୍ମକ୍ଷେତ୍ରରେ ସହମତି ଭିତ୍ତିରେ କିମ୍ବା ସ୍ତ୍ରୀଙ୍କ ପ୍ରେରଣା ଲାଭକରି ଉପକୃତ ହେବେ। ରାଜନୀତି, ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ।
ଧନୁ

ପାରିବାରିକ ସମସ୍ୟା ଲାଗି ରହିଥିଲେ ମଧ୍ୟ କାମରେ ଅବହେଳା କରିପାରିବେ ନାହିଁ। ବନ୍ଧୁଙ୍କ ଅନୁରୋଧ ରକ୍ଷା କରି ତାଙ୍କ ସଙ୍ଗରେ ଯିବାକୁ ବାଧ୍ୟ ହେବେ। ବନ୍ଧୁଙ୍କ ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ମକର

ଆଜି ଅନ୍ୟମନସ୍କ କିମ୍ବା ସତର୍କତା ଅଭାବରୁ ଧନହାନି ଘଟିପାରେ। କୌଣସି ବିବାଦୀୟ ମନ୍ତବ୍ୟ ଦେଇ ବନ୍ଧୁମାନଙ୍କ ଅପ୍ରିୟଭାଜନ ହୋଇପାରନ୍ତି। ଯେଉଁ କାମଟିକୁ ଆରମ୍ଭ କରିବେ ତାହା ନିଶ୍ଚିତ ଭାବରେ ସଫଳତାର ଶୀର୍ଷକୁ ଛୁଇଁବ। 
କୁମ୍ଭ

ପଡ଼ୋଶୀ ସାଧାରଣ କଥାକୁ ଅତିରଞ୍ଜିତ କରି କଳହ କରିପାରନ୍ତି । କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମକୁ ଲକ୍ଷ୍ୟ କରି ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିବ। ଆଶା କରୁଥିବା ଜିନିଷ ନ ପାଇବା କାରଣରୁ ମନରେ ଅସନ୍ତୋଷ ଭରି ରହିପାରେ।
ମୀନ

ନିକଟ ଅତୀତରେ ଗୁଡ଼ାଏ ଟଙ୍କା ଖର୍ଚ୍ଚ କରିଥିବା କାରଣରୁ ଆବଶ୍ୟକତା ପୂରଣ ସକାଶେ ଧାର କରିବାକୁ ପଡ଼ିପାରେ। କାମର ଚାପ ବଢ଼ିବା କାରଣରୁ ପରିଶ୍ରମଜନିତ କ୍ଲାନ୍ତି ଅନୁଭବ କରିବେ। ଘରୋଇ ବାଦବିବାଦ କିମ୍ବା ଜମିଜମା ବିଷୟ କ୍ରମେ ଜଟିଳ ହେବ କିନ୍ତୁ ଆପଣ ସଫଳତା ହାସଲ କରିବେ।

What's Your Reaction?

like

dislike

love

funny

angry

sad

wow