‘କେଡି ଦି ଡେଭିଲ୍’ରେ ଫାଷ୍ଟ ଲୁକ୍ ଆଉଟ୍ କରି ପ୍ରଶଂସକଙ୍କୁ ଉପହାର ଦେଇଛନ୍ତି ସଞ୍ଜୟ
ସୋମବାର ନିଜର ୬୫ତମ ଜନ୍ମଦିନ ପାଳନ କରିଛନ୍ତି ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ । ଏହି ଅବସରରେ ସେ ତାଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି।
ସଞ୍ଜୟ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘କେଡି ଦି ଡେଭିଲ୍’ରେ ନିଜ ପ୍ରଥମ ଲୁକ୍ର ଝଲକ୍କୁ ଶେୟାର କରିଛନ୍ତି ଇନ୍ଷ୍ଟାଗ୍ରାମରେ। ଏଥିରେ ସେ ଏକ ଅଜବ ଅବତାରରେ ନଜର ଆସିଛନ୍ତି। ‘କେଡି ଦି ଡେଭିଲ୍’ରେ ସେ ପୁଣି ଥରେ ଖଳନାୟକ ଭୂମିକାରେ ନଜର ଆସିବେ। ଫିଲ୍ମରେ ତାଙ୍କ ଚରିତ୍ରର ନାମ ‘ଧାକ୍ ଦେବା’ ରହିଛି। ସଞ୍ଜୟଙ୍କ ଏହି ଅଦ୍ଭୁତ ଅବତାରକୁ ତାଙ୍କ ପ୍ରଶଂସକମାନେ ଖୁବ୍ ପସନ୍ଦ କରିଛନ୍ତି। ଏଥିସହ ପ୍ରଶଂସକମାନେ ନିଜ ପ୍ରିୟ ସୁପରଷ୍ଟାରଙ୍କୁ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ଦି ଡେଭିଲ୍’ ଚଳଚ୍ଚିତ୍ରରେ ସଞ୍ଜୟଙ୍କ ସହ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ, ନୋରା ଫତେହି ଏବଂ ଅଭିନେତା ଭି. ରବିଚନ୍ଦ୍ରନ, ରମେଶ ଅରବିନ୍ଦ ଓ ଧ୍ରୁଭ୍ ସରଜା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଆସନ୍ତା ନଭେମ୍ବର ୧୩ରେ ଏହି ଫିଲ୍ମ ରିଲିଜ୍ ହେବ।
What's Your Reaction?