ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ଲୋକପ୍ରିୟ ଖେଳାଳି ଖ୍ରୀଷ୍ଟିଆନୋ ରୋନାଲ୍ଡୋ

Sep 13, 2024 - 17:12
 0  3
ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ଲୋକପ୍ରିୟ ଖେଳାଳି ଖ୍ରୀଷ୍ଟିଆନୋ ରୋନାଲ୍ଡୋ

ଖେଳ ଦୁନିଆରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ଲୋକପ୍ରିୟ ଖେଳାଳି ଖ୍ରୀଷ୍ଟିଆନୋ ରୋନାଲ୍ଡୋ । ରୋନାଲ୍ଡୋ ସୋସିଆଲ ମିଡିଆରେ ଏକ ବିଲିୟନ ଛୁଇଁଛି ଫଲୋର୍ସର ସଂଖ୍ୟା।  ରୋନାଲ୍ଡୋ ଇନଷ୍ଟାଗ୍ରାମ, ଫେସବୁକ ଏବଂ ୟୁଟ୍ୟୁବ ସମେତ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମର ସମୁଦାୟ ଫଲୋର୍ସଙ୍କ ସଂଖ୍ୟା ହିସାବ କରି ୧ ଅରବରୁ ଅଧିକ ଫଲୋର୍ସ ଛୁଇଁସାରିଛି। ସେ ଦୁନିଆର ପ୍ରଥମ ଆଥଲେଟ ନୁହେଁ ବରଂ ହୋଇଯାଇଛନ୍ତି ପ୍ରଥମ ବ୍ୟକ୍ତି।ରୋନାଲ୍ଡୋ ଲେଖିଛନ୍ତି, ଆମେ ଇତିହାସ ରଚିଛୁ। ଏହା ଗୋଟିଏ ସଂଖ୍ୟା ନୁହେଁ, ଏହା ଖେଳ ଏବଂ ବାହାରେ ଥିବା ଉତ୍ସାହ, ପ୍ରେରଣା ଏବଂ ପ୍ରେମର ପ୍ରମାଣ।  ସମସ୍ତ ଉତ୍ଥାନ-ପତନ ମାଧ୍ୟମରେ ତୁମେ ପ୍ରତ୍ୟେକ ପଦକ୍ଷେପରେ ମୋ ସହିତ ରହିଛ। ଏହି ଯାତ୍ରା ଆମର ଯାତ୍ରା, ଏବଂ ଏକତ୍ର ଆମେ ଦେଖାଇଛୁ ଯେ ଆମେ ଯାହା ହାସଲ କରିପାରିବା ତାହାର କୌଣସି ସୀମା ନାହିଁ। ରୋନାଲ୍ଡୋ ଆହୁରି ଲେଖିଛନ୍ତି- ମୋତେ ବିଶ୍ୱାସ କରି, ମୋତେ ସମର୍ଥନ କରି ଏବଂ ମୋ ଜୀବନର ଏକ ଅଂଶ ହୋଇଥିବାରୁ ଧନ୍ୟବାଦ। 

What's Your Reaction?

like

dislike

love

funny

angry

sad

wow