ଅନ୍ତର୍ଜାତୀୟ କ୍ରିକେଟରେ ଡେଭିଡ ୱାର୍ନରଙ୍କ ଅବସର

ଆଫଗାନିସ୍ତାନ କ୍ରିକେଟ ଦଳ ସ୍ଥାନ ପାଇଛି ଟି -୨୦ ବିଶ୍ୱକପ ୨୦୨୪ର ସେମିଫାଇନାଲରେ । ବାଂଲାଦେଶ ଉପରେ ବିଜୟ ସହ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଟି -୨୦ ବିଶ୍ୱକପର ସେମିଫାଇନାଲରେ କରିଛି ଯୋଗ୍ୟତା ଅର୍ଜନ। ଏହି ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ଦଳର ଯାତ୍ରା ଆଫଗାନିସ୍ତାନର ବିଜୟ ସହିତ ଶେଷ ହୋଇଥିଲା। ଅଷ୍ଟ୍ରେଲିଆ ଦଳ ଏହି ଟୁର୍ନାମେଣ୍ଟରୁ ବାହାରି ଯାଇଥିବା ବେଳେ ଭେଟେରାନ କ୍ରିକେଟର ଡେଭିଡ ୱାର୍ନରଙ୍କ ୧୫ ବର୍ଷର ଆନ୍ତର୍ଜାତୀୟ କ୍ୟାରିୟର ମଧ୍ୟ ହୋଇଛି ଶେଷ। ଡେଭିଡ ପୂର୍ବରୁ ଏକ ଦିବସୀୟ ଏବଂ ରେଡ ବଲ ଫର୍ମାଟରୁ ନେଇଥିଲେ ଅବସର।ସୂଚନାଯୋଗ୍ୟ, ୩୭ ବର୍ଷିୟ ଡେଭିଡ ୱାର୍ନର ଏହା ତାଙ୍କର ଶେଷ ଟି -୨୦ ବିଶ୍ୱକପ ହେବ ବୋଲି କରିସାରିଥିଲେ ଘୋଷଣା। ଅଷ୍ଟ୍ରେଲୀୟ ଦଳ ଟି -୨୦ ବିଶ୍ୱକପରୁ ବାହାରିବା ପରେ ବର୍ତ୍ତମାନ ଭେଟେରାନ କ୍ରିକେଟରଙ୍କ ଅନ୍ତର୍ଜାତୀୟ କ୍ୟାରିୟର ଶେଷ ହୋଇଛି। ଯଦି ଆଜିର ମ୍ୟାଚରେ ଆଫଗାନିସ୍ତାନ ଦଳ ବାଂଲାଦେଶକୁ ହରାଇଥାନ୍ତେ ତେବେ କଙ୍ଗାରୁ ଦଳ ସେମିଫାଇନାଲ ପାଇଁ କରିଥାନ୍ତେ ଯୋଗ୍ୟତା ଅର୍ଜନ। ଏହା ଡେଭିଡ ୱାର୍ନରଙ୍କୁ ମ୍ୟାଚ ଖେଳିବାର ସୁଯୋଗ ଦେଇଥାନ୍ତା, କିନ୍ତୁ ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆର ଯାତ୍ରା ବାଂଲାଦେଶର ପରାଜୟ ସହିତ ହୋଇଥିଲା ସମାପ୍ତ।
What's Your Reaction?






