ଅବିଶ୍ବାସନିୟ ବିଜୟ ପରେ ଆଫଗାନିସ୍ତାନ ସଡ଼କରେ ଜନ ସମୁଦ୍ର

ଅବିଶ୍ବାସନିୟ ବିଜୟ ପରେ ଆଫଗାନିସ୍ତାନ ସଡ଼କରେ ଜନ ସମୁଦ୍ର

ଯାହା ଆଶା କରାଯାଇନଥିଲା ବିଶ୍ୱରେ ତାହା କରି ଦେଖାଇଲା ଆଫଗାନିସ୍ତାନ କ୍ରିକେଟ ଟିମ। ଏହି ଦଳ ଟି -୨୦ ବିଶ୍ୱକପ ୨୦୨୪ର ସେମିଫାଇନାଲରେ କରିଛି ପ୍ରବେଶ। ରସିଦ ଖାନଙ୍କ ଅଧିନାୟକତ୍ୱ ଦଳ ପ୍ରଥମେ ସୁପର- ୮ରେ ଅଷ୍ଟ୍ରେଲିଆକୁ କରିଥିଲା ପରାସ୍ତ। ତା’ପରେ ଏହି ଦଳ ବାଂଲାଦେଶକୁ ପରାସ୍ତ କରି ସେମିଫାଇନାଲରେ କରିଥିଲା ପ୍ରବେଶ। ଆଫଗାନିସ୍ତାନ ପ୍ରଥମ ଥର ପାଇଁ ବିଶ୍ୱକପର ସେମିଫାଇନାଲରେ  କରିଛି ପ୍ରବେଶ। ଏହି ଐତିହାସିକ ବିଜୟ ପରେ ଆଫଗାନିସ୍ତାନ କ୍ରିକେଟ ଦଳ ପାଇଁ ଖୁସିର କୌଣସି ସୀମା ନ ଥିଲ। ବିଜୟ ଉତ୍ସବରେ ପୂରା ଦଳ ବୁଡ଼ି ଯାଇଥିଲେ। ଆଫଗାନିସ୍ତାନ ଖେଳାଳିମାନେ ସମଗ୍ର ପଡ଼ିଆରେ  ଆରମ୍ଭ କରିଥିଲେ  ନାଚିବା। ଏହି ମୁହୂର୍ତ୍ତଟି ଥିଲା ଏହିପରି। ଏହି ପ୍ରକାର ପ୍ରଦର୍ଶନ ସହିତ ଆଫଗାନିସ୍ତାନ ସେମିଫାଇନାଲରେ ପହଞ୍ଚିବ ବୋଲି  ଭାବି ନଥିଲେ କେହି। ଏହି ବିଜୟ କେବଳ ପଡ଼ିଆରେ ନୁହେଁ ବରଂ ଆଫଗାନିସ୍ତାନ ରାସ୍ତାରେ ମଧ୍ୟ ଏହି ବିଜୟ ଉତ୍ସବ କରାଯାଇଥିଲା ପାଳନ। ରସିଦ ଖାନଙ୍କ ଦ୍ୱାରା ଅଧିନାୟକ ଦଳ ବାଂଲାଦେଶକୁ ପରାସ୍ତ କରିବା ମାତ୍ରେ ଆଫଗାନିସ୍ତାନର ଲୋକମାନେ ଚାଲି ଯାଇଥିଲେ ରାଜ ରାସ୍ତାକୁ। ଲୋକମାନେ ଆଫଗାନିସ୍ତାନ ପତାକା ସହିତ ନିଜ ଦଳକୁ ଉତ୍ସାହିତ କରୁଥିଲେ। ବର୍ତ୍ତମାନ ଆଫଗାନିସ୍ତାନର ଅନେକ ଭିଡିଓ ସାମାଜିକ ଗଣମାଧ୍ୟମରେ ହେଉଛି ଭାଇରାଲ ଯେଉଁଥିରେ ରାସ୍ତାରେ ଲୋକଙ୍କ ଭିଡ଼ ସ୍ପଷ୍ଟ ଦେଖାଯାଉଛି। ରାସ୍ତାରେ ପାଦ ରଖିବାକୁ ମଧ୍ୟ ସ୍ଥାନ ନାହିଁ । ଏହି ଭିଡ଼ ଦେଖଇଲେ ଲାଗୁଛି ସତେ ଯେପରି ଲୋକମାନେ ଜଣେ ନେତାଙ୍କ ଭାଷଣ କିମ୍ବା ଗାୟକଙ୍କ କନ୍ସର୍ଟ ଶୁଣିବାକୁ ଆସିଛନ୍ତ।