ଏହିଥିରେ ପଛରେ ରହିଲେ କୋହଲି

Jun 28, 2024 - 14:32
 0  2
ଏହିଥିରେ ପଛରେ ରହିଲେ କୋହଲି

ଆଜି ପର୍ଯ୍ୟନ୍ତ ବିରାଟ ଟି-୨୦ ବିଶ୍ୱକପର ପ୍ରତ୍ୟେକ ସେମିଫାଇନାଲ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ, କିନ୍ତୁ ପ୍ରଥମ ଥର ପାଇଁ ଇଂଲଣ୍ଡ ତାଙ୍କୁ ସେମିଫାଇନାଲ ମ୍ୟାଚରେ ଅର୍ଦ୍ଧଶତକ ସ୍କୋର କରିବାରେ ଅଟକାଇବାରେ ସଫଳ ହୋଇଛି।ବିରାଟ କୋହଲି ୨୦୧୪ରେ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପର ସେମିଫାଇନାଲ ମ୍ୟାଚ ଖେଳିଥିଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ସେ ୪୪ଟି ବଲରେ ୭୨ ରନର ଅପରାଜିତ ଇନିଂସ ଖେଳି ଫାଇନାଲକୁ ନେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ଏହା ପରେ ୨୦୧୬ରେ ମଧ୍ୟ ଟିମ ଇଣ୍ଡିଆ ଟପ-୪ରେ ପହଞ୍ଚିଥିଲା। ସେମିଫାଇନାଲରେ ୱେଷ୍ଟଇଣ୍ଡିଜ ସହିତ ମୁହାଁମୁହିଁ ହୋଇଥିଲା। ବିରାଟ ୪୭ ବଲରେ ୮୯ ରନ ସଂଗ୍ରହ କରିଥିଲେ ମଧ୍ୟ ସେମିଫାଇନାଲରେ ଭାରତ ୱେଷ୍ଟଇଣ୍ଡିଜଠାରୁ ୭ ଉଇକେଟରେ  ହୋଇଥିଲା ପରାସ୍ତ।

What's Your Reaction?

like

dislike

love

funny

angry

sad

wow