ବିଜୟ ପରେ ପାଇଲେ କେତେ କୋଟି ଟଙ୍କା ପାଇଲେ ଗୁକେଶ

Dec 15, 2024 - 12:07
 0  4
ବିଜୟ ପରେ ପାଇଲେ କେତେ କୋଟି ଟଙ୍କା ପାଇଲେ ଗୁକେଶ

ଭାରତୀୟ କ୍ରୀଡ଼ା ଇତିହାସରେ ଯୋଡି ହୋଇଛି ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ। ସିଙ୍ଗାପୁରରେ ଚାଲିଥିବା ୨୦୨୪ ବିଶ୍ୱ ଚେସ ଚାମ୍ପିୟନସିପରେ ବିଜୟୀ ହୋଇଛନ୍ତି ଭାରତର ୧୮ ବର୍ଷୀୟ ଚେସ ତାରକା ଡି ଗୁକେଶ ବା ଗୁକେଶ ଡୋମାରାଜୁ । ଏପ୍ରିଲ ୨୦୨୩ରୁ କ୍ଲାସିକାଲ ଫର୍ମାଟରେ ବିଶ୍ୱ ଚେସ ଚାମ୍ପିୟନ ଥିବା ଚୀନର ଡିଙ୍ଗ ଲିରେନଙ୍କୁ ପରାସ୍ତ କରି ବାଜିମାତ୍‌ କରିଛନ୍ତି ଗୁକେଶ। ଏହି ଅବିଶ୍ୱସନୀୟ କୀର୍ତ୍ତି ସହିତ ଗୁକେଶ ଦ୍ୱିତୀୟ ଭାରତୀୟ ଚେସ ଖେଳାଳି ଭାବେ ହୋଇଛନ୍ତି ବିଶ୍ୱ ବିଜେତା। ତେବେ ସେ ବିଜୟୀ ହେବା ପରେ ତାଙ୍କୁ ପୁରସ୍କାର ବାବଦରେ କୋଟି କୋଟି ଟଙ୍କା ବର୍ଷା ହୋଇଛି।FIDE ନିୟମ ଅନୁଯାୟୀ, ପ୍ରତ୍ୟେକ ଖେଳାଳି ପ୍ରତ୍ୟେକ ମ୍ୟାଚ ଜିତିବା ପାଇଁ ୨ ଲକ୍ଷ ଡଲାର ବା ୧.୬୯ କୋଟି ପାଇଥାନ୍ତି । ତେଣୁ ଗୁକେଶଙ୍କୁ ୬ ଲକ୍ଷ ଡଲାର ବା ପ୍ରାୟ ୫.୦୯ କୋଟି କରାଯାଇଛି ପ୍ରଦାନ। ସେହିଭଳି ଡିଙ୍ଗଙ୍କୁ ୪ ଲକ୍ଷ ଡଲାର ବା ପାଖାପାଖି ୩.୩୯ କୋଟି ପ୍ରଦାନ କରାଯାଇଛି। ମ୍ୟାଚ ପାଇଁ ମୋଟ ପୁରସ୍କାର ରାଶି ହେଉଛି ୨.୫ ମିଲିୟନ ଡଲାର୍‌, ଯେଉଁଥିରେ ଖେଳ ଫଳାଫଳ ଉପରେ ଆଧାର କରି ର୍ନିଦ୍ଦିଷ୍ଟ ଭାବେ ବଣ୍ଟନ କରାଯାଇଥାଏ। ଏଥିସହ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ. କେ ଷ୍ଟାଲିନ୍‌ ଗୁକେଶଙ୍କ ପାଇଁ ୫କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି।ତେବେ ବିଶ୍ୱ ଚେସ ଚାମ୍ପିଅନସିପ ୨୦୨୪ର ଏହି ମ୍ୟାଚ ୧୩୮ ବର୍ଷରେ ପ୍ରଥମ ମ୍ୟାଚ ଥିଲା ଯେଉଁଥିରେ ଏସିଆର ଦୁଇ ପ୍ରତିଯୋଗୀ, ବର୍ତ୍ତମାନର ବିଶ୍ୱ ଚାମ୍ପିଅନ ଡିଙ୍ଗ ଲିରେନ ଏବଂ ଭାରତର ଚ୍ୟାଲେଞ୍ଜର ଗୁକେଶ ଟାଇଟଲ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ୧୮୮୬ ପରଠାରୁ କେବଳ ୧୭ ଖେଳାଳି ବିଶ୍ୱ ଚେସ ଚାମ୍ପିଅନ ସମ୍ମାନଜନକ ଟାଇଟଲ ଜିତିଛନ୍ତି । ଗୁକେଶ ବର୍ତ୍ତମାନ ଅଷ୍ଟାଦଶ ବିଶ୍ୱ ଚେସ ଚାମ୍ପିୟନ ହୋଇଛନ୍ତି ।

What's Your Reaction?

like

dislike

love

funny

angry

sad

wow