ଓଡିଶାରେ ଆଜିଠୁ କମିବ ବର୍ଷା

Sep 11, 2024 - 17:59
 0  4
ଓଡିଶାରେ ଆଜିଠୁ କମିବ ବର୍ଷା

ଓଡିଶାରେ ଆଜିଠୁ କମିବ ବର୍ଷା । ଗଭୀର ଅବପାତ ଦୁର୍ବଳ ହୋଇ ଓ୍ବେଲମାର୍କ ଲୋପ୍ରେସରରେ ହେବ ପରିଣତ । ଏବେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି  ହେଉଛି ମଧ୍ୟପ୍ରଦେଶ ମୁହାଁ। ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହେଉଛି ହାଲୁକାରୁ ମଧ୍ଯମଧରଣ ବର୍ଷା । ଆଜିଠୁ ବର୍ଷା କମିବା ନେଇ  ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଲଗାଣ ଲଘୁଚାପ ବର୍ଷା ପରେ ଧୀରେଧୀରେ ସ୍ବାଭାବିକ ସ୍ଥିତିକୁ ଫେରୁଛି ଦକ୍ଷିଣ ଓଡ଼ିଶା । ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ହୋଇଛି  ବିଶେଷ କ୍ଷୟକ୍ଷତି । ଏବେ ବି ପାଣି ଘେରରେ ରହିଛି ବିଭିନ୍ନ ଅଞ୍ଚଳ । ବ୍ଯାପକ ଜମିରେ ଫସଲ ଉଜୁଡ଼ିଯାଇଥିବାବେଳେ ରିଲିଫ ଯୋଗାଣ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର  । ଅନ୍ୟପଟେ ଆସନ୍ତା ୧୭ ଓ ୧୮ ତାରିଖ ବେଳକୁ ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ହେବାର ରହିଛି ସମ୍ଭାବନା ।

What's Your Reaction?

like

dislike

love

funny

angry

sad

wow