ଓଡିଶାରେ ପୁଣି ବଢିବ ବର୍ଷା

Sep 12, 2024 - 11:51
 0  1
ଓଡିଶାରେ ପୁଣି ବଢିବ ବର୍ଷା

ଓଡିଶାରେ ପୁଣି ବଢିବ ବର୍ଷା। ବଙ୍ଗୋପସାଗରରେ ସମ୍ଭାବ୍ଯ ଲଘୁଚାପ ଯୋଗୁ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ଏବେ ମିଆଁମାର ଉପରେ ସକ୍ରିୟ ରହିଛି ଏକ ଘୂର୍ଣ୍ଣିବଳୟ । ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରି ଆସନ୍ତାକାଲି ମଧ୍ଯରେ ଉତ୍ତର ବଙ୍ଗୋପସାଗରରେ କରିବ ପ୍ରବେଶ। ଏହାର ପ୍ରଭାବରେ ସୃଷ୍ଟି ହେବ ଏକ ଲଘୁଚାପ କ୍ଷେତ୍ର।ଆସନ୍ତାକାଲି ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜ, କେନ୍ଦୁଝର,ଭଦ୍ରକ, ଯାଜପୁର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ଜାରି କରାଯାଇଛି ସତର୍କତା ।



What's Your Reaction?

like

dislike

love

funny

angry

sad

wow