କୋଟିଏରୁ ଅଧିକ ଟଙ୍କା ଜବତ
ମାଲକାନଗିରି ଜିଲ୍ଲା ଜଳ ସମ୍ପଦ ବିଭାଗର ପ୍ରକଳ୍ପ ନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ରେଡବେଳେ ଜବତ ହୋଇଛି ପୁଳା ପୁଳା ଟଙ୍କା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଶାନ୍ତନୁଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ।ଜୟପୁର ପାଓ୍ବାର ହାଉସ ଘର ସମେତ ଅନ୍ୟ ସ୍ଥାନରେ ବି ଚାଲିଛି ରେଡ୍। ତେବେ ବାବୁଙ୍କ ଜୟପୁର ସ୍ଥିତ ଘରୁ କୋଟିଏରୁ ଅଧିକ ନଗଦ ଟଙ୍କା ଠାବ ହୋଇଛି । ଶାନ୍ତନୁ ମହାପାତ୍ରଙ୍କ ଏକାକାଳୀନ ୭ଟି ସ୍ଥାନରେ ଚାଲିଛି ଚଢାଉ ।ଜୟପୁର ଘରର ଆସବାବପତ୍ର ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ । ବାବୁଙ୍କ ମାଲକାନଗିରି, ଭୁବନେଶ୍ୱର, କଟକ ସ୍ଥିତ ଠିକଣାରେ ବି ଚାଲିଛି ରେଡ୍ ।ମାଲକାନଗିରିର ୪ଟି ସ୍ଥାନ ରେଡ କରୁଛି ଭିଜିଲାନ୍ସ ଦଳ।
What's Your Reaction?