ବଢିଲା ଲୁଟେରା ଦମ୍ପତି ହଂସିତା ଓ ଅନୀଲଙ୍କ ଅଡୁଆ
ବେନାମୀ ସମ୍ପତ୍ତି ନେଇ ଝାରପଡା ଜେଲ୍ ରେ ହଂସିତା ଅନିଲକୁ ଆୟକର ବିଭାଗର ପକ୍ଷରୁ କରାଯାଉଛି ଜେରା । ପୂର୍ବରୁ ଆୟକର ବିଭାଗ ହଂସିତା ମାମଲାରେ ପାଖାପାଖି ୧୬ଟି ସ୍ଥାନରେ ରେଡ୍ କରିବା ସହ ଠାବ କରିଥିଲା ଶହେ କୋଟିରୁ ଊର୍ଦ୍ଧ୍ବ ସମ୍ପତ୍ତି । ଏହାରି ଭିତରେ କୋଟି କୋଟି ଟଙ୍କାର ବେନାମୀ ସମ୍ପତ୍ତିର ପ୍ରମାଣ ମଧ୍ୟ ମିଳିଥିଲା ଆୟକର ବିଭାଗକୁ । ଯେଉଁଥିରେ ୧୭ କୋଟି ଟଙ୍କା ଏକାଧିକ ବିଲଡରଙ୍କ ପାଖରେ ରହିଥିବା ମିଳିଛି ପ୍ରମାଣ । ଏହାରି ଭିତରେ ଏକାଧିକ ରାଜନେତାଙ୍କ ସମ୍ପୃକ୍ତି ମଧ୍ୟ ସାମ୍ନାକୁ ଆସିଛି । ସମସ୍ତ ତଥ୍ୟ ସହ ରାଜନେତାଙ୍କ ସମ୍ପର୍କରେ ଜାଣିବା ପାଇଁ ଜେଲ ଭିତରେ ଉଭୟଙ୍କୁ ଜେରା କରୁଛି ଆୟକର ବିଭାଗ ।
What's Your Reaction?