ଖାତୁ ଶ୍ୟାମଜୀ ମନ୍ଦିର ପ୍ରସ୍ଥାନ ପଥରେ ଭୟାବହ ଅଗ୍ନିକାଣ୍ଡ: ୪ଟି ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଆତଙ୍କ
ରାଜସ୍ଥାନର ପ୍ରସିଦ୍ଧ ଖାତୁ ଶ୍ୟାମଜୀ ମନ୍ଦିରର ଜନ୍ମୋତ୍ସବ ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ଶୁକ୍ରବାର ଭୋର ସମୟରେ ଏକ ବଡ଼ ଧରଣର ଅଘଟଣ ଘଟିଛି।
ରାଜସ୍ଥାନର ପ୍ରସିଦ୍ଧ ଖାତୁ ଶ୍ୟାମଜୀ ମନ୍ଦିରର ଜନ୍ମୋତ୍ସବ ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ଶୁକ୍ରବାର ଭୋର ସମୟରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ମନ୍ଦିରର ନୂଆ ପ୍ରସ୍ଥାନ ପଥରେ ଥିବା ଏକ ଜଳଖିଆ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିବା ସହ ଦୋକାନ ଭିତରେ ଥିବା ୪ଟି ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଛି। ନିଆଁ କ୍ଷଣିକ ମଧ୍ୟରେ ସମଗ୍ର ଦୋକାନକୁ ଗ୍ରାସ କରିନେଇଥିଲା। ଦୋକାନ ଭିତରେ ଦୁଇ ଡଜନରୁ ଅଧିକ ଗ୍ୟାସ୍ ସିଲିଣ୍ଡର ମହଜୁଦ ରହିଥିବା ବେଳେ ସେଥିମଧ୍ୟରୁ ଚାରୋଟି ସିଲିଣ୍ଡର ଫାଟି ଯିବାରୁ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।
ବାର୍ଷିକ ଜନ୍ମୋତ୍ସବ ମେଳା ଚାଲିଥିବା ବେଳେ ଅଗ୍ନିକାଣ୍ଡ
ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ସ୍ଥାନୀୟ ବାସିନ୍ଦା ଏବଂ ବ୍ୟବସାୟୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଆରମ୍ଭ କରିଥିଲେ। ପରେ ମନ୍ଦିର କମିଟି ଏବଂ ପ୍ରଶାସନର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପ୍ରଶାସନିକ ଓ ପୁଲିସ ଅଧିକାରୀମାନେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରିବା ସହ ଦୋକାନ ଭିତରେ ଥିବା ଅବଶିଷ୍ଟ ଗ୍ୟାସ୍ ସିଲିଣ୍ଡରଗୁଡ଼ିକୁ ସୁରକ୍ଷିତ ଭାବେ ବାହାର କରିଥିଲେ। ବାର୍ଷିକ ଜନ୍ମୋତ୍ସବ ମେଳା ଚାଲିଥିବାରୁ ଭୋର୍ ସମୟର ଏହି ଅଗ୍ନିକାଣ୍ଡ ଯୋଗୁଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ କିଛି ସମୟ ପାଇଁ ଧାଁଦୌଡ଼ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
What's Your Reaction?