ଆମେରିକାରେ ବଡ଼ ଧରଣର ବିକ୍ଷୋଭ

Apr 6, 2025 - 14:36
 0  5
ଆମେରିକାରେ ବଡ଼ ଧରଣର ବିକ୍ଷୋଭ

ଆମେରିକାରେ ବଡ଼ ଧରଣର ବିକ୍ଷୋଭ,ଯାହାର ନାଁ ରଖାଯାଇଛି ହ୍ୟାଣ୍ଡସ୍ ଅଫ୍ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିଛନ୍ତି ହଜାର ହଜାର ଆମେରିକାବାସୀ। ସରକାରୀ କର୍ମଚାରୀ ସଂଖ୍ୟା ହ୍ରାସ ଠାରୁ ଆରମ୍ଭ କରି ବାଣିଜ୍ୟ ଶୁଳ୍କ, ନାଗରିକଙ୍କ ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରିବା ଆଦି ପ୍ରସଙ୍ଗରେ ଟ୍ରମ୍ପଙ୍କ ନୀତିକୁ କରାଯାଇଛି ବିରୋଧ । ୱାଶିଂଟନ, ନ୍ୟୁୟର୍କ, ହ୍ୟୁଷ୍ଟନ, ଫ୍ଲୋରିଡା, କଲୋରାଡୋ ଏବଂ ଲସ୍ ଆଞ୍ଜେଲସରେ ହୋଇଛି ପ୍ରତିବାଦ। ଏପରିକି ହ୍ଵାଇଟ ହାଉସର ଅଳ୍ପ ଦୂରରେ ଏକ ବିରାଟ ସମାବେଶ କରି ଟ୍ରମ୍ପ ଓ ଏଲନ ମସ୍କଙ୍କ ବିରୋଧରେ ଗର୍ଜିଛନ୍ତି ଆମେରିକୀୟ। ସେମାନେ ଅଭିଯୋଗ କରିଛନ୍ତି ଯେ, ଟ୍ରମ୍ପଙ୍କ ନୀତି ଯୋଗୁଁ ବିଶ୍ଵରେ ଆମେରିକାର ଏକଘରିକିଆ ହେବାର ଆଶଙ୍କା ଦେଖାଦେଲାଣି।  ଏବେ ଆମେରିକାର ହାତ ଛାଡ଼ି ଦେଲେଣି ବିଶ୍ଵର ସବୁ ସହଯୋଗୀ। ନିଜକୁ ଆମେରିକାର ରାଜା ବୋଲି ଭାବୁଛନ୍ତି ଟ୍ରମ୍ପ । ଏହା ଆମେ କରାଇ ଦେବୁ ନାହିଁ ।  ୟୁରୋପର କିଛି ସହରରେ ମଧ୍ୟ ହୋଇଛି ଏପରି ବିକ୍ଷୋଭ ଶୋଭାଯାତ୍ରା। ଟ୍ରମ୍ପଙ୍କ ନୀତି ବିଶ୍ଵକୁ ଆର୍ଥିକ ମାନ୍ଦାବସ୍ଥା ଆଡ଼କୁ ଠେଲି ଦେଇଛି ବୋଲି ସେମାନେ କରିଛନ୍ତି ଅଭିଯୋଗ ।

What's Your Reaction?

like

dislike

love

funny

angry

sad

wow