କୋଟାରେ ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା

Jul 5, 2024 - 13:58
 0  10
କୋଟାରେ ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା

ରାଜସ୍ଥାନର କୋଟାରେ ପୁଣି ଆତ୍ମହତ୍ୟା କରିଛନ୍ତି ଜଣେ ଛାତ୍ର। ସନ୍ଦୀପ କୁମାର ନାମକ ଏହି ଛାତ୍ର ଜଣଙ୍କ ବିହାର ନାଳନ୍ଦାର ହୋଇଥିବାବେଳେ କୋଟାରେ ରହି ଜେଇଇ ପାଇଁ ହେଉଥିଲେ ପ୍ରସ୍ତୁତ।  ସ୍ଥାନୀୟ ପୁଲିସ ଅଧିକାରୀ ମହେନ୍ଦ୍ର ମାରୋଙ୍କ ସୂଚନା ଅନୁଯାୟୀ ,ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ବୟସ ୧୬ ବର୍ଷ। ସେ ପେଇଙ୍ଗ ଗେଷ୍ଟ୍‌ ଭାବେ ରହୁଥିଲେ। ସମାନ କୋଠାରେ ରହୁଥିବା ତାଙ୍କର ଅନ୍ୟ ସାଙ୍ଗମାନେ ତାଙ୍କୁ ବାରମ୍ବାର ଡାକିଥିଲେ ସୁଦ୍ଧା ସେ ଶୁଣିନଥିଲା। ଫଳରେ ସେମାନଙ୍କର ସନ୍ଦେହ ହେବାରୁ ସେମାନେ ପୁଲିସରେ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ତାଙ୍କ ମୃତଦେହ ଜବତ କରିଥିଲା। ଛାତ୍ରଙ୍କୁ ତାଙ୍କ ରୁମ୍‌ରୁ ପୁଲିସ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା।। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ତାଙ୍କ ବାପା ମା’ଙ୍କୁ ଏନେଇ କରାଯାଇଛି ଅବଗତ।

What's Your Reaction?

like

dislike

love

funny

angry

sad

wow