ବଢିଲା ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ

Jun 21, 2024 - 13:20
 0  1
ବଢିଲା  ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜରିୱାଲଙ୍କୁ ଗତକାଲି ନିମ୍ନ ଅଦାଲତ ଜାମିନ ପ୍ରଦାନ କରିଥିବା ବେଳେ ଆଜି ଏହା ଉପରେ ରୋକ ଲଗାଇଛି ଉଚ୍ଚନ୍ୟାୟଳୟ । ମାମଲାର ଶୁଣାଣି ପର୍ଯ୍ୟନ୍ତ ଉଚ୍ଚନ୍ୟାୟଳୟ ଏହି ଜାମିନ ପ୍ରଦାନ ନିଷ୍ପତ୍ତି ଉପରେ ଲଗାଇଛନ୍ତି ରୋକ । କେଜ୍ରିୱାଲଙ୍କ ଜାମିନ ପ୍ରଦାନ ବିରୋଧରେ ଦିଲ୍ଲୀ ଉଚ୍ଚନ୍ୟାୟଳୟରେ ଆହ୍ୱାନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଥିଲା ଯେ, ଏହି ମାମଲାର ଯାଞ୍ଚ ଚାଲୁଥିବା ବେଳେ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିବା ଯାଞ୍ଚ ପ୍ରକ୍ରିୟାକୁ କରିପାରେ ପ୍ରଭାବିତ । କାରଣ ମୁଖ୍ୟମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି କେଜ୍ରିୱାଲ।

What's Your Reaction?

like

dislike

love

funny

angry

sad

wow