କେଇ ପିସ୍ ଚିକେନ୍ ପାଇଁ ବନ୍ଧୁ ହେଲା ବଇରୀ, ଖାଇବା ଥାଳି ଆଗରେ ଛୁରୀ ଭୁସି ବନ୍ଧୁକୁ ହତ୍ୟା କଲା ବନ୍ଧୁ !

Aug 31, 2026 - 17:21
 0  1
କେଇ ପିସ୍ ଚିକେନ୍ ପାଇଁ ବନ୍ଧୁ ହେଲା ବଇରୀ, ଖାଇବା ଥାଳି ଆଗରେ ଛୁରୀ ଭୁସି ବନ୍ଧୁକୁ ହତ୍ୟା କଲା ବନ୍ଧୁ !

ଚିକେନ ଖାଇବା ପରି ଏକ ଛୋଟ ଘଟଣା କେବେ କାହାର ଜୀବନ ମଧ୍ୟ ନେଇପାରେ ବୋଲି ଆପଣ ଭାବିନଥିବେ, ହେଲେ ସୀତାରାମଙ୍କ ପାଇଁ କିଛି ଅଧିକା ଚିକେନ ଖଣ୍ଡ ଖାଇଦେବା ତାଙ୍କ ଜୀବନ ନେଇଯାଇଥିଲା 

ସାମାନ୍ୟ ଚିକେନ ଖାଇବାକୁ ନେଇ ଦୁଇ ବନ୍ଧୁଙ୍କ ମଧ୍ୟରେ ଝଗଡା ଏତେ ତୀବ୍ର ରୂପ ନେଇଥିଲା ଯେ, ଶେଷରେ ଜଣେ ସାଙ୍ଗ ଅନ୍ୟ ଜଣଙ୍କର ଜୀବନ ନେବାକୁ ପଛାଇ ନଥିଲା। କଥାଟା ଯିଏ ଶୁଣୁଛି ଆଶ୍ଚର୍ଯ୍ୟ ହୋଇଯାଉଛି। ଏକ ସାମାନ୍ୟ କାରଣକୁ ନେଇ ବନ୍ଧୁତା ଯେ ଏତେ ତିକ୍ତ ହୋଇଯାଇ ପାରେ ତାହା କେହି ବିଶ୍ୱାସ କରୁନାହାଁନ୍ତି। ଏହି ପୂରା ଘଟଣାର ତଦନ୍ତ ଏବେ ପୁଲିସ ଆରମ୍ଭ କରିଛି। ଆସନ୍ତୁ ଜାଣିବା କଣ ଥିଲା ଏହି ଘଟଣାଟି ଓ କେଉଁଠି ଘଟିଛି ଏହା। 

ଉତ୍ତର-ପ୍ରଦେଶର ପିଲିଭିତ ଜିଲ୍ଲାର କବିରଗଞ୍ଜ ଗାଁରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚିକେନ ଖାଇବା ଭଳି ଏକ ଛୋଟ ଘଟଣା କେବେ କାହାର ଜୀବନ ମଧ୍ୟ ନେଇପାରେ ବୋଲି ଆପଣ ଭାବିନଥିବେ, ହେଲେ କେଇଖଣ୍ଡ ଚିକେନ ପିସ୍ ଅଧିକା ଖାଇଦେବାରୁ ତାହା ସୀତାରାମଙ୍କ ଜୀବନ ନେଇଯାଇଥିଲା ।

ବେଳଗାଭି ଜିଲ୍ଲାର ମୁଦାଲାଗି ତାଲୁକା ଅନ୍ତର୍ଗତ ହୁନାଶ୍ୟାଲ୍ ପିଜି ଗ୍ରାମରେ ଏକ ଭୋଜି ଚାଲିଥିଲା । ସେଠାରେ ସୀତାରାମ ଓ ଅରୁଣଙ୍କର ଝଗଡ଼ା ଲାଗିଥିଲା, କାରଣ ଥିଲା ମାତ୍ର କେତେ ପିସ୍ ଚିକେନ । ସୀତାରାମ କେତେ ଖଣ୍ଡ ଚିକେନ ଅଧିକା ନେଇଥିବାରୁ ଅରୁଣ ତାଙ୍କୁ ପ୍ରଶ୍ନ କରିଥିଲେ ଯେ, ତମେ ତମ ଭାଗରେ ଅଧିକ ଚିକେନ୍ କାହିଁକି ନେଇଛ। କିନ୍ତୁ ସୀତାରାମ ତାଙ୍କ ପ୍ରଶ୍ନର କୌଣସି ଉତ୍ତର ଦେଇ ନଥିଲେ । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା । ଦେଖୁଦେଖୁ ରାଗରେ ଅରୁଣ ସୀତାରାମଙ୍କ ଛାତିରେ ଛୁରି ଭୁସି ଦେଇଥିଲେ ।

ଘଟଣା ପରେ କଣ କରିବେ କଣ ନକରିବେ ଭାବି ଭାବି, ଅରୁଣ ଶେଷରେ ସୀତାରାମଙ୍କୁ ଡାକ୍ତରଖାନାକୁ ନେଇଥିଲେ। ଏମିତି କେମିତି ଘଟିଲା ବୋଲି ଡାକ୍ତର ପଚାରିବାରୁ ସେ ଉତ୍ତର ଦେଇଥିଲେ, ସୀତାରାମ ଛାତରୁ ଖସି ପଡିଛନ୍ତି। ତେବେ ଗୁରୁତର ସୀତାରମଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ ।

ପୋଲିସ୍ ଅଭିଯୁକ୍ତ ଅରୁଣକୁ ପଚରାଉଚରା କରିଥିଲା । ଖବର ଅନୁଯାୟୀ, ପଚରାଉଚରା ସମୟରେ ସେ ଏହି ଅପରାଧ ସ୍ୱୀକାର କରିଥିବା କୁହାଯାଉଛି । ଅଭିଯୁକ୍ତକୁ ପୋଲିସ ହେପାଜତକୁ ନେଇଛି ଏବଂ ପୋଲିସ୍ ଅଧିକ ତଦନ୍ତ ଚଳାଇଛି । ବେଲାଗାଭି ଜିଲ୍ଲା ଏସ୍‌ପି କହିଛନ୍ତି ଯେ, ମୃତ ବ୍ୟକ୍ତି ସୀତାରାମ ଚନ୍ଦ୍ରଦେବ ଜଣେ ୱେଲଡର୍ ଭାବେ କାମ କରିବା ପାଇଁ ଉତ୍ତର ପ୍ରଦେଶର ପିଲିଭିଟ୍‌ରୁ ଆସିଥିଲେ । ସେ ଏଠାରେ ଏକ ସେଡ୍‌ରେ ରହୁଥିଲେ ଏବଂ ଦୈନିକ ୱେଲଡିଂ କାମ କରି ନିଜର ଗୁଜୁରଣ ମେଣ୍ଟାଉଥିଲେ ।

ସୀତାରାମ ତାଙ୍କର ଚାରି-ପାଞ୍ଚ ଜଣ ସାଙ୍ଗଙ୍କ ସହ ଗୋଟିଏ କୋଠରୀରେ ରହୁଥିଲେ । ରବିବାର ଦିନ ଛୁଟି ଥିବାରୁ ସୀତାରାମଙ୍କ ସାଙ୍ଗମାନେ ଘରେ ମଦ୍ୟପାନ କରିବା ଓ ଚିକେନ୍ ଖାଇବା ପାଇଁ ଯୋଜନା କରିଥିଲେ । ଏହି ସମୟରେ, ନିଶାସକ୍ତ ଅବସ୍ଥାରେ ଥିବା ଅରୁଣ, ଅଧିକ ପିସ୍ ଚିକେନ୍ ଖାଇବାକୁ ନେଇ ସୀତାରାମଙ୍କ ସହ ଯୁକ୍ତିତର୍କ କରିଥିଲେ । ଏହି ବିବାଦ ଏତେ ବଢ଼ିଯାଇଥିଲା ଯେ, ଅଭିଯୁକ୍ତ ଜଣକ ସୀତାରାମଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିଲେ । ପୁଲିସ କହିଛି ଯେ, ଅଭିଯୁକ୍ତ ପ୍ରଥମେ ସତ ଲୁଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଥିଲା । ଅଭିଯୁକ୍ତ ଅରୁଣଙ୍କୁ ଗିରଫ କରାଯାଇଛି । 

What's Your Reaction?

like

dislike

love

funny

angry

sad

wow