ସେୟାର ମାର୍କେଟରେ ବଡ଼ ଧରଣର ଝଡ

Aug 5, 2024 - 12:45
 0  2
ସେୟାର ମାର୍କେଟରେ ବଡ଼ ଧରଣର ଝଡ

ସେୟାର ମାର୍କେଟରେ ବଡ଼ ଧରଣର ଝଡ। ଗୋଟିଏ ମିନିଟରେ ବୁଡ଼ିଗଲା ୧୦ ଲକ୍ଷ କୋଟି।ବଜାର ଆରମ୍ଭରୁ ତାସ୍ ଘର ପରି ଭୁଶୁଡ଼ିପଡ଼ିଲା ୧୦ଟି ସେୟାର। ଫଳରେ  କ୍ଷତି ହୋଇଛି ନିବେଶକଙ୍କ କୋଟି କୋଟି ଟଙ୍କା।ଓପନିଂ ଟ୍ରେଡରେ ସବୁଠୁ ଖରାପ ପ୍ରଦର୍ଶନ କରିଛି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ-BSE।  ଭାରତୀୟ ସେୟାର ବଜାରରେ ପଡ଼ିଛି ଆମେରିକା ମାନ୍ଦାବସ୍ଥାର ପ୍ରଭାବ। ସେନ୍ସେକ୍ସ ୧୬ ଶହ ୨୭ ପଏଣ୍ଟ ସହ ୨ ଦଶମିକ ୦୧ ପ୍ରତିଶତ ଖସି ୭୯ ହଜାର ୩୫୪ ଓ ନିଫ୍ଟି ୫୦୨ ଅଙ୍କ ସହ ୨ ଦଶମିକ ୦୩ ପ୍ରତିଶତ ଖସି ୨୪ ହଜାର ୨୧୫ରେ ପହଞ୍ଚିଛି। କେବଳ ଭାରତ ନୁହଁ ସାରା ବିଶ୍ୱରେ ଦେଖିବାକୁ ମିଳିଛି ସେୟାର ବଜାରରେ ମାନ୍ଦାବସ୍ଥା। ଭାରତଠୁ ଆମେରିକା ପର୍ୟ୍ୟନ୍ତ ସୃଷ୍ଟି ହୋଇଛି ହାହାକାର ପରିସ୍ଥିତି।

What's Your Reaction?

like

dislike

love

funny

angry

sad

wow