ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର

Aug 5, 2024 - 15:39
 0  3
 ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର

 ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବଢିବାରେ ଲାଗିଛି ବନ୍ଯାଜଳ ପ୍ରବେଶ। ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ରହିଛି ୬୦୯.୭୩ ଫୁଟ । ପ୍ରତି ସେକେଣ୍ଡରେ ଜଳ ଭଣ୍ଡାର ଭିତରକୁ ପ୍ରବେଶ କରୁଛି ୨ ଲକ୍ଷ ୪୬ ହଜାର ୧୮୮ ଘନଫୁଟ ବନ୍ୟାଜଳ । ସ୍ଥିତିକୁ ଦେଖି ୧୪ ଟି ଫାଟକରେ ଜାରି ରହିଛି ଜଳନିଷ୍କାସନ ।ଛତିଶଗଡ଼ରେ ପ୍ରବଳ ବର୍ଷା ଲାଗିରହିଥିବାରୁ ଆଗକୁ ପ୍ରବେଶ କରିପାରେ ଅଧିକ ପାଣି। ଫଳରେ ଅଧିକ ଫାଟକ ଖୋଲିବାର ରହିଛି ସମ୍ଭାବନା। ଏଥିପାଇଁ ମହାନଦୀ ତଳ ମୁଣ୍ଡରେ ଥିବା ଜିଲ୍ଲା ଗୁଡ଼ିକୁ ଜାରି କରାଯାଇଛି ସତର୍କତା।

What's Your Reaction?

like

dislike

love

funny

angry

sad

wow