ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

The bail pleas of five accused arrested in the high-profile murder case of senior lawyer Pitabas Panda have been rejected. The Additional District and Sessions Judge (3rd Court) has denied bail to former MLA Bikram Kumar Panda, former Mayor Shib Shankar Das alias Pintu, advocate Madan Mohan Dalai, Sunil Hota, and Shunya Das. The hearing in this case was held on the 12th of the month in the Third ADJ Court. The hearing on the bail applications of Bikram Panda and the other four accused was completed, after which the court had reserved its verdict. It is noteworthy that lawyer Pitabas Panda was shot dead on the night of October 6, on the occasion of Kumar Purnima.

ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ । ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାଶ ଓରଫ ପିଣ୍ଟୁ, ଆଇନଜୀବୀ ମଦନ ମୋହନ ଦଳାଇ, ସୁନୀଲ ହୋତା ଓ ଶୂନ୍ୟ ଦାସଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍-୩ୟ ଅଦାଲତ।ଏହି ମାମଲାରେ ଗତ ୧୨ ତାରିଖରେ ତୃତୀୟ ଏଡିଜେ ଅଦାଲତରେ ହୋଇଥିଲା ଶୁଣାଣି  । ତୃତୀୟ ଅତିରିକ୍ତ ଜିଲ୍ଲା ଅଦାଲତରେ ବିକ୍ରମ ପଣ୍ଡାଙ୍କ ସମେତ ୫ ଜଣଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହୋଇଥିଲା କିନ୍ତୁ ରାୟ ସଂରକ୍ଷିତ ରଖିଥିଲେ ଅଦାଲତ ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୬ ତାରିଖ ଅର୍ଥାତ କୁମାରପୂର୍ଣ୍ଣିମା ରାତିରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳିକରି କରାଯାଇଥିଲା ହତ୍ୟା  ।