ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ଆସିଲା ନୂଆ ନିୟମାବଳୀ,ମନୋନୀତ ପ୍ରାର୍ଥୀଙ୍କୁ ମିଳିଲା ନିଯୁକ୍ତିପତ୍ର

Sep 12, 2024 - 17:27
 0  1
ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ଆସିଲା ନୂଆ ନିୟମାବଳୀ,ମନୋନୀତ ପ୍ରାର୍ଥୀଙ୍କୁ ମିଳିଲା ନିଯୁକ୍ତିପତ୍ର

ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ଆସିଲା ନୂଆ ନିୟମାବଳୀ। ପୁନଃ ନିଯୁକ୍ତି ପାଇବାକୁ ହେଲେ ଉକ୍ତ ଅବସରପ୍ରାପ୍ତ ଅଧିକାରୀଙ୍କୁ କେଉଁ ମାନଦଣ୍ଡରେ ଚୟନ କରାଯିବ, ସେ ନେଇ ବିସ୍ତୃତ ନିୟମାବଳୀ ଜାରି କରିଛନ୍ତି ମୋହନ ସରକାର। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ରହିବ ଏକ ଚୟନ କମିଟି। ଯେଉଁ କମିଟିର ମୁଖ୍ୟ ଭାବେ ରହିବେ ମୁଖ୍ୟ ଶାସନ ସଚିବ।ସେହିପରି କମିଟିର ସଦସ୍ୟ ଭାବେ ରହିବେ ସାଧାରଣ ପ୍ରଶାସନ ବା ଜିଏ ବିଭାଗର ସଚିବ ଓ ଅର୍ଥ ସଚିବ । ନିୟମାବଳୀଅନୁସାରେ- ୬୫ ବର୍ଷରୁ କମ୍ ଓ ଭଲ ସର୍ଭିସ ରେକର୍ଡ଼ ଥିବା ବ୍ୟକ୍ତିଙ୍କୁ ମିଳିବ ପୁନଃ ନିଯୁକ୍ତି । ପୁନଃ ନିଯୁକ୍ତି ପାଇବାକୁ ଥିବା ବ୍ୟକ୍ତି ଶାରୀରିକ ଭାବେ ଫିଟ୍ ରହିବା ଜରୁରୀ। ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥିଲେ ପୁନଃ ନିଯୁକ୍ତି ହେବନି ବିଚାରଯୋଗ୍ୟ। ଅବସର ପୂର୍ବରୁ ସିସିଆର୍ ଆଉଟଷ୍ଟାଣ୍ଡିଂ ଥିଲେ  କରାଯିବ ପୁନଃ ନିଯୁକ୍ତି। ପଦବୀରେ ପୁନଃ ନିଯୁକ୍ତି ପାଇଁ ଖୋଲା ବିଜ୍ଞାପନ ଜରିଆରେ କରାଯିବ ସୂଚିତ। ମୋଟ ପଦବୀର ମାତ୍ର ୧% ଅବସରପ୍ରାପ୍ତ କର୍ମଚାରୀଙ୍କୁ  ଦିଆଯାଇପାରିବ ପୁନଃ ନିଯୁକ୍ତି।

What's Your Reaction?

like

dislike

love

funny

angry

sad

wow