୧୮ ଦିନିଆ ରିମାଣ୍ଡରେ ଗଲା ତହବୁର ରାଣା

Apr 11, 2025 - 12:29
 0  9
୧୮ ଦିନିଆ ରିମାଣ୍ଡରେ ଗଲା ତହବୁର ରାଣା

୧୮ ଦିନ ପାଇଁ ରିମାଣ୍ଡରେ ଗଲା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା । ଆତଙ୍କୀ ଠାରୁ ସମସ୍ତ ଆତଙ୍କବାଦୀ ନେଟୱାର୍କ ସମ୍ପର୍କିତ ତଥ୍ୟ କାଢିବ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣାଙ୍କୁ ଭାରତ ଅଣାଯିବା ପରେ ବିମାନବନ୍ଦରରେ ହିଁ ଏନଆଇଏ ପକ୍ଷରୁ ଔେପଚାରିକ ଭାବେ କରାଯାଇଥିଲା ଗିରଫ । ପରେ ବିଳମ୍ବିତ ରାତିରେ କଡା ସୁରକ୍ଷାବଳୟ ମଧ୍ୟରେ ପଟିଆଲା ହାଉସରେ ଏହି ଆତଙ୍କୀକୁ କରାଯାଇଥିଲା ହାଜର  । ପୂରା ଘଟଣାର ପଚରାଉଚରା ପାଇଁ ତହବୁରକୁ ରିମାଣ୍ଡରେ ନେବା ଆବଶ୍ୟକ ବୋଲି ତଦନ୍ତକାରୀ ସଂସ୍ଥାର ଅଧିକାରୀ ଅଦାଲତଙ୍କ ସମ୍ମୁଖରେ ଯୁକ୍ତି ବାଢିବା ସହ ୨୦ଦିନର ରିମାଣ୍ଡ ପାଇଁ କରିଥିଲେ ଆବେଦନ । 

What's Your Reaction?

like

dislike

love

funny

angry

sad

wow