ପୁଲିସର ବଡ଼ ନିଷ୍ପତ୍ତି, ବିରୋଧୀଙ୍କ ବିକ୍ଷୋଭ ଭିତରେ ବଢ଼ିଲା ଜ୍ଞାନେଶ କୁମାରଙ୍କ ସୁରକ୍ଷା
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଆବାସ, କାର୍ଯ୍ୟାଳୟ ଏବଂ ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ପୈତୃକ ଘରର ସୁରକ୍ଷା ମଧ୍ୟ ବଢ଼ାଇ ଦିଆଯାଇଛି।
ଏହା ସହିତ ଅର୍ଦ୍ଧସାମରିକ ବଳର ମୁତୟନ ମଧ୍ୟ ବଢ଼ାଯିବ। ଗୁଇନ୍ଦା ସୂଚନା ଏବଂ ଜ୍ଞାନେଶ କୁମାରଙ୍କ ବିରୋଧରେ ଚାଲିଥିବା ବିକ୍ଷୋଭକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।
ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି। ଦିଲ୍ଲୀ ପୋଲିସ ଏହି ନିଷ୍ପତ୍ତି ଏଭଳି ସମୟରେ ନେଇଛି, ଯେତେବେଳେ ଇଣ୍ଡିଆ ମେଣ୍ଟର ସାଂସଦ ଏବଂ କର୍ମୀମାନେ ତାଙ୍କ ବିରୋଧରେ ଲଗାତାର ବିକ୍ଷୋଭ କରୁଛନ୍ତି। ଜ୍ଞାନେଶ କୁମାରଙ୍କୁ ପୂର୍ବରୁ ହିଁ Z+ ସୁରକ୍ଷା କଭର ମିଳିଛି। ଏବେ ତାଙ୍କ ସୁରକ୍ଷାରେ ଅତିରିକ୍ତ ପୋଲିସ ବଳ ମୁତୟନ କରାଯାଇଛି।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଆବାସ, କାର୍ଯ୍ୟାଳୟ ଏବଂ ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ପୈତୃକ ଘରର ସୁରକ୍ଷା ମଧ୍ୟ ବଢ଼ାଇ ଦିଆଯାଇଛି। ଏହା ସହିତ ଅର୍ଦ୍ଧସାମରିକ ବଳର ମୁତୟନ ମଧ୍ୟ ବଢ଼ାଯିବ। ଗୁଇନ୍ଦା ସୂଚନା ଏବଂ ଜ୍ଞାନେଶ କୁମାରଙ୍କ ବିରୋଧରେ ଚାଲିଥିବା ବିକ୍ଷୋଭକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।
Z+ ବର୍ଗର ସୁରକ୍ଷା ପାଉଥିବା ବ୍ୟକ୍ତିଙ୍କ ଘର ଏବଂ କାରକେଡ୍ରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଥାଏ। ପ୍ରାୟ ୫୦ ଜଣ ସୁରକ୍ଷାକର୍ମୀ ବିଭିନ୍ନ ସିଫ୍ଟରେ ମୁତୟନ ହୋଇ ସୁରକ୍ଷା ଦାୟିତ୍ୱ ତୁଲାଇଥାନ୍ତି।
What's Your Reaction?