ବଲୁଚିସ୍ତାନରେ ନିୟନ୍ତ୍ରଣ ହରାଉଛି ପାକିସ୍ତାନ: ସୈନ୍ୟଙ୍କ ଘୋର ଅଭାବ, ଅବସରପ୍ରାପ୍ତ ସୈନିକଙ୍କୁ ଫେରିବାକୁ ନିର୍ଦ୍ଦେଶ ଜାରି

Oct 8, 2026 - 13:21
ବଲୁଚିସ୍ତାନରେ ନିୟନ୍ତ୍ରଣ ହରାଉଛି ପାକିସ୍ତାନ: ସୈନ୍ୟଙ୍କ ଘୋର ଅଭାବ, ଅବସରପ୍ରାପ୍ତ ସୈନିକଙ୍କୁ ଫେରିବାକୁ ନିର୍ଦ୍ଦେଶ ଜାରି

ସେମାନଙ୍କର ପୁରୁଣା ସେବା ଆଧାରରେ ସୈନିକମାନଙ୍କୁ ଦରମା ଦିଆଯିବାର ଯୋଜନା କରାଯାଇଛି।ବେଲୁଚିସ୍ତାନ ବିଦ୍ରୋହୀ ଗୋଷ୍ଠୀ, ବଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) ପାକିସ୍ତାନୀ ସୁରକ୍ଷା ବାହିନୀ ବିରୋଧରେ ଆକ୍ରମଣକୁ ତୀବ୍ର କରିଥିବାରୁ ପୁରୁଣା ସୈନିକମାନଙ୍କୁ ସେନାରେ ଯୋଗଦେବାକୁ ନିଷ୍ପତ୍ତି ନିଆଯାଇଛି। ବଲୁଚିସ୍ତାନର ସ୍ୱାଧୀନତା ପାଇଁ ଲଢୁଥିବା ଏହି ଗୋଷ୍ଠୀ କେବଳ ସେପ୍ଟେମ୍ବର ମାସରେ ପ୍ରଦେଶରେ ୯୪ଟି ସଶସ୍ତ୍ର ଆକ୍ରମଣ କରିଥିବା ଦାବି କରିଛି। 

ବଲୁଚିସ୍ତାନ ଉପରେ ପାକିସ୍ତାନର ନିୟନ୍ତ୍ରଣ ଏବେ ଦୁର୍ବଳ ହେବାରେ ଲାଗିଛି। ସେନାରେ ସୈନିକ ଅଭାବ ଦେଖାଦେଇଛି। ତେଣୁ ପ୍ରତିରକ୍ଷା ବିଭାଗ ପକ୍ଷରୁ ଅବସରପ୍ରାପ୍ତ ସୈନିକମାନଙ୍କୁ ଫେରିବାକୁ ବାଧ୍ୟ କରାଯାଉଛି। ପାକିସ୍ତାନର ଫ୍ରଣ୍ଟିୟର୍ କର୍ପସ୍ ବଲୁଚିସ୍ତାନ ପ୍ରଦେଶରୁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି। ଫ୍ରଣ୍ଟିୟର୍ କର୍ପସ୍ ବଲୁଚିସ୍ତାନ ଉତ୍ତରର ଇନ୍ସପେକ୍ଟର ଜେନେରାଲଙ୍କ କାର୍ୟ୍ୟାଳୟରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। କୁହାଯାଇଛି ଯେ, ଅବସରପ୍ରାପ୍ତ ସୈନିକମାନେ ପୁଣିଥରେ ସେନାରେ ଯୋଗଦେବା ପାଇଁ ସେମାନଙ୍କର ପୁରୁଣା ୟୁନିଟ୍‌ଗୁଡ଼ିକରେ ରିପୋର୍ଟ କରନ୍ତୁ। ରିପୋର୍ଟ ଅନୁଯାୟୀ, ଅବସରପ୍ରାପ୍ତ ଫ୍ରଣ୍ଟିୟର୍ କର୍ପସ ସୈନିକମାନଙ୍କୁ ଅକ୍ଟୋବର ୩୦ ତାରିଖ ସୁଦ୍ଧା ସେମାନଙ୍କର ପୁରୁଣା ୟୁନିଟରେ ରିପୋର୍ଟ କରିବାକୁ କୁହାଯାଇଛି। ଯଦି ସେମାନେ ସେବାକୁ ଫେରିବାକୁ ଚାହାନ୍ତି ତେବେ ସେମାନଙ୍କୁ ଧାର୍ୟ୍ୟ ତାରିଖ ପୂର୍ବରୁ ସେମାନଙ୍କର ୱିଙ୍ଗ କମାଣ୍ଡରମାନଙ୍କ ସହିତ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ବହୁ ବର୍ଷ ପୂର୍ବରୁ ଅବସର ନେଇଥିବା ସୈନିକମାନଙ୍କୁ ପୁନଃନିଯୁକ୍ତି ପାଇଁ ମଧ୍ୟ ବିଚାର କରାଯାଇପାରେ। ସେମାନଙ୍କର ପୁରୁଣା ସେବା ଆଧାରରେ ସୈନିକମାନଙ୍କୁ ଦରମା ଦିଆଯିବାର ଯୋଜନା କରାଯାଇଛି।ବେଲୁଚିସ୍ତାନ ବିଦ୍ରୋହୀ ଗୋଷ୍ଠୀ, ବଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) ପାକିସ୍ତାନୀ ସୁରକ୍ଷା ବାହିନୀ ବିରୋଧରେ ଆକ୍ରମଣକୁ ତୀବ୍ର କରିଥିବାରୁ ପୁରୁଣା ସୈନିକମାନଙ୍କୁ ସେନାରେ ଯୋଗଦେବାକୁ ନିଷ୍ପତ୍ତି ନିଆଯାଇଛି। ବଲୁଚିସ୍ତାନର ସ୍ୱାଧୀନତା ପାଇଁ ଲଢୁଥିବା ଏହି ଗୋଷ୍ଠୀ କେବଳ ସେପ୍ଟେମ୍ବର ମାସରେ ପ୍ରଦେଶରେ ୯୪ଟି ସଶସ୍ତ୍ର ଆକ୍ରମଣ କରିଥିବା ଦାବି କରିଛି।

ପାକିସ୍ତାନର ଅବସରପ୍ରାପ୍ତ ସୈନିକଙ୍କୁ ଫେରାଇ ଆଣିବାର ନିଷ୍ପତ୍ତି ବଲୁଚିସ୍ତାନରେ ଅବନତିଶୀଳ ପରିସ୍ଥିତିକୁ ପ୍ରତିଫଳିତ କରୁଛି। ବିଏଲଏ ଆକ୍ରମଣ ବୃଦ୍ଧି ପାକିସ୍ତାନର ସୁରକ୍ଷା ସ୍ଥିତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି। ଆକ୍ରମଣରେ ୧୦୫ ପାକିସ୍ତାନୀ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଛି ଏବଂ ୫୨ ଜଣ ଆହତ ହୋଇଥିଲେ। ବାଲୁଚ୍ ବିଦ୍ରୋହୀ ଗୋଷ୍ଠୀ ଏହା ମଧ୍ୟ କହିଛି ଯେ ସେମାନେ ସେପ୍ଟେମ୍ବରରେ ୨୫ଟି ସ୍ଥାନରେ ଚଢାଉ ଏବଂ ଅବରୋଧ କରିଥିଲେ। ଯେଉଁଥିରେ ୩୭ ଜଣ ଲୋକ ପ୍ରାଣ ହରାଇଥିଲେ। ମୃତକମାନଙ୍କୁ ପାକିସ୍ତାନୀ ସେନାର ଗୁପ୍ତଚର ଏଜେଣ୍ଟ ବୋଲି ବିଏଲଏ କହିଛି। ଏହି ଅଭିଯାନ ସମୟରେ ୨୧ ଜଣ ପାକିସ୍ତାନୀ କର୍ମଚାରୀ ଏବଂ ଗୁପ୍ତଚରଙ୍କୁ ବନ୍ଦୀ କରାଯାଇଥିବା ବିଏଲଏ ଦାବି କରିଛି। ସେପ୍ଟେମ୍ବର ଅପରେସନ ସମୟରେ ୩୩ ଜଣ ବିଦ୍ରୋହୀ ପ୍ରାଣ ହରାଇଥିବା ବିଏଲଏ ସ୍ବୀକାର କରିଛି। 

What's Your Reaction?

like

dislike

love

funny

angry

sad

wow