ମହଙ୍ଗା ଔଷଧ ଲେଖିବା ପାଇଁ ଡାକ୍ତରଙ୍କୁ ମହଙ୍ଗା ଉପହାର: ଫାର୍ମା କମ୍ପାନିଗୁଡ଼ିକ ଉପରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟଙ୍କ ପ୍ରସ୍ତୁତି

Oct 8, 2026 - 13:19
ମହଙ୍ଗା ଔଷଧ ଲେଖିବା ପାଇଁ ଡାକ୍ତରଙ୍କୁ ମହଙ୍ଗା ଉପହାର: ଫାର୍ମା କମ୍ପାନିଗୁଡ଼ିକ ଉପରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପ୍ରିମକୋର୍ଟଙ୍କ ପ୍ରସ୍ତୁତି

କେନ୍ଦ୍ର କହିଛି ଯେ, ଔଷଧ କମ୍ପାନିଗୁଡ଼ିକରୁ ଉପହାର, ଯାତ୍ରା, ଆତିଥ୍ୟ କିମ୍ବା ନଗଦ/ଆର୍ଥିକ ଲାଭ ଗ୍ରହଣ କରୁଥିବା ଡାକ୍ତରମାନଙ୍କ ବିରୋଧରେ ଜାତୀୟ ଚିକିତ୍ସା କମିସନ ଆଇନ ୨୦୧୯ ଏବଂ ବୃତ୍ତିଗତ ଆଚରଣ ନିୟମ ପୂର୍ବରୁ ଲାଗୁ କରାଯାଇଛି। ଏହି ନିୟମର ଉଲ୍ଲଂଘନ କଲେ ଡାକ୍ତରମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରାବଧାନ ରହିଛି। 

ଡାକ୍ତରଙ୍କୁ ପ୍ରଲୋଭିତ କରିବା ପାଇଁ ଔଷଧ କମ୍ପାନିଗୁଡ଼ିକ ମହଙ୍ଗା ଉପହାର ପ୍ରଦାନ କରୁଥିବା ପ୍ରସଙ୍ଗର ତଦନ୍ତ ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟକ୍ତି ଏବଂ ସଂଗଠନର ପରାମର୍ଶ ଏବଂ ଆପତ୍ତି ଆଧାରରେ, ଏହି କମିଟି ଡାକ୍ତରମାନଙ୍କୁ ମହଙ୍ଗା ଉପହାର ପ୍ରଦାନ କରିବା ପ୍ରକ୍ରିୟାକୁ ରୋକିବା ପାଇଁ ସୁପାରିଶ କରିବ। କେନ୍ଦ୍ର ସରକାର କୋର୍ଟରେ ଏହି ସୁପାରିଶଗୁଡ଼ିକର ଏକ ରିପୋର୍ଟ ଦାଖଲ କରିବେ ବୋଲି ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏକ ଆବେଦନରେ ଅଭିଯୋଗ କରାଯାଇଛି ଯେ, କିଛି ଔଷଧ କମ୍ପାନି ରୋଗୀମାନଙ୍କୁ ପାଇଁ ସେମାନଙ୍କର ମହଙ୍ଗା ଔଷଧ ଲେଖିବା ଲାଗି ଡାକ୍ତରମାନଙ୍କୁ ମହଙ୍ଗା ଉପହାର ପ୍ରଦାନ କରିଥାନ୍ତି। ଏହା ଉପରେ ରୋକ ଲଗାଯିବା ଉଚିତ୍।କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଔଷଧ କମ୍ପାନୀଗୁଡ଼ିକର ମାର୍କେଟିଂ ପଦ୍ଧତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଏକ କମିଟି ଗଠନ କରିବାକୁ ପଡ଼ିବ। କେନ୍ଦ୍ର ସରକାର ଏହି ନିର୍ଦ୍ଦେଶ କାର୍ୟ୍ୟକାରୀ କରିବା ସମ୍ପର୍କରେ ଏକ ସତ୍ୟପାଠ ଦାଖଲ କରିବେ। ସୁପ୍ରିମକୋର୍ଟ ୨୦୨୭ ଜାନୁଆରି ୨୯ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ। କୋର୍ଟ ସେପ୍ଟେମ୍ବର ୮ ତାରିଖରେ ଏହି ମାମଲାରେ ତାଙ୍କର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ଡାକ୍ତରମାନଙ୍କୁ ପ୍ରଲୋଭିତ କରିବା ପାଇଁ ଔଷଧ କମ୍ପାନିଗୁଡ଼ିକ ଦ୍ୱାରା ମହଙ୍ଗା ଉପହାର, ବିଦେଶ ଯାତ୍ରା ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବା ଭଳି ଅନୈତିକ ମାର୍କେଟିଂ ପଦ୍ଧତିକୁ ରୋକିବା ପାଇଁ କୋର୍ଟ କେନ୍ଦ୍ର ସରକାରଙ୍କୁ ଏକ ତିନି ସଦସ୍ୟ ବିଶିଷ୍ଟ ବିଶେଷଜ୍ଞ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

କେନ୍ଦ୍ର କହିଛି ଯେ, ଔଷଧ କମ୍ପାନିଗୁଡ଼ିକରୁ ଉପହାର, ଯାତ୍ରା, ଆତିଥ୍ୟ କିମ୍ବା ନଗଦ/ଆର୍ଥିକ ଲାଭ ଗ୍ରହଣ କରୁଥିବା ଡାକ୍ତରମାନଙ୍କ ବିରୋଧରେ ଜାତୀୟ ଚିକିତ୍ସା କମିସନ ଆଇନ ୨୦୧୯ ଏବଂ ବୃତ୍ତିଗତ ଆଚରଣ ନିୟମ ପୂର୍ବରୁ ଲାଗୁ କରାଯାଇଛି। ଏହି ନିୟମର ଉଲ୍ଲଂଘନ କଲେ ଡାକ୍ତରମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରାବଧାନ ରହିଛି।

କେନ୍ଦ୍ର ସ୍ୱୀକାର କରିଛି, ଔଷଧ କମ୍ପାନିଗୁଡ଼ିକ ଦ୍ବାରା ଡାକ୍ତରମାନଙ୍କୁ ପ୍ରଭାବିତ କରିବା ପାଇଁ ବ୍ୟବହୃତ ଅନୈତିକ ଅଭ୍ୟାସଗୁଡ଼ିକୁ ସିଧାସଳଖ ନିୟନ୍ତ୍ରଣ କରିବାରେ ନିୟାମକରେ ତ୍ରୁଟି ରହିଛି। ଏହି ତ୍ରୁଟିକୁ ଯାଞ୍ଚ୍ କରିବା ପାଇଁ ଏବେ ଏକ ତିନି ସଦସ୍ୟ ବିଶିଷ୍ଟ ବିଶେଷଜ୍ଞ କମିଟି ଗଠନ କରାଯିବ। ଏହି କମିଟି ନିର୍ଣ୍ଣୟ କରିବେ, ଔଷଧ କମ୍ପାନିଗୁଡ଼ିକ ପାଇଁ ଏକ ପୃଥକ ବୈଧାନିକ ଢାଞ୍ଚାର ଆବଶ୍ୟକତା ରହିଛି କି ନାହିଁ ଅବା ବିଦ୍ୟ 

What's Your Reaction?

like

dislike

love

funny

angry

sad

wow