ଅପରେସନ ସିନ୍ଦୁର ପରେ ବଦଳିଲା ଚୀନର ସ୍ବର

ଅପରେସନ ସିନ୍ଦୁର ପରେ ବଦଳିଛି ଚୀନର ସ୍ବର ।ପହଲଗାମ ଆକ୍ରମଣ ପରେ ଭାରତ-ପାକିସ୍ତାନ ସମ୍ପର୍କରେ ସୃଷ୍ଟି ହୋଇଥିବା ତିକ୍ତତା ଭିତରେ ଲଗାତାର ପାକିସ୍ତାନକୁ ସମର୍ଥନ ଦେଇ ଆସୁଥିଲା ଚୀନ । ହେଲେ ଏବେ ଚୀନ କହିଛି ଯେ, ଭାରତ-ପାକିସ୍ତାନକୁ ସୀମାରେ ଶାନ୍ତି ଓ ସ୍ଥିରତା ରକ୍ଷା ପାଇଁ ଧ୍ୟାନ ଦେବାକୁ ହେବ । ଅନ୍ତଃରାଷ୍ଟ୍ରୀୟ ସମୁଦାୟଙ୍କ ସହ ମିଶି ଅଶାନ୍ତିକୁ କମ କରିବାକୁ ଉଭୟ ନେଇପାରିବେ ନିର୍ଣ୍ଣାୟକ ଭୂମିକା । ଚୀନର ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ଆମେ ବର୍ତ୍ତମାନର ସ୍ଥିତିକୁ ନେଇ ଚିନ୍ତିତ ଅଛୁ । ଭାରତ-ପାକିସ୍ତାନ ସର୍ବଦା ନିଜ ନିଜର ପଡ଼ୋଶୀ ରହିବେ । ଆଉ ଏହି ଦୁଇ ଦେଶ ଆମର ବି ପଡ଼ୋଶୀ । ଆରମ୍ଭରୁ ଆତଙ୍କବାଦକୁ ବିରୋଧ କରୁଛି ଚୀନ । ଆମେ ଦୁଇ ଦେଶକୁ ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରୁଛୁ। ଆମେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଦୁଃଖପ୍ରକାଶ କରୁଛୁ ବୋଲି ମଧ୍ୟ କହିଛି ଚୀନ ।
What's Your Reaction?






