ରବି ଧାନ ପାଇଁ ପଞ୍ଜୀକରଣ ସରିଛି : ଖାଦ୍ୟ ଯୋଗାଣ ମନ୍ତ୍ରୀ

May 8, 2025 - 13:23
 0  5
ରବି ଧାନ ପାଇଁ ପଞ୍ଜୀକରଣ ସରିଛି : ଖାଦ୍ୟ ଯୋଗାଣ ମନ୍ତ୍ରୀ

ରବି ଧାନ ନେଇ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଯେ, ରବି ଧାନ ପାଇଁ ସରିଛି ପଞ୍ଜୀକରଣ । ଏଥର ଆମେ ୨୦ଟି ଜିଲ୍ଲାକୁ ନେଇଛୁ । ଆଗରୁ ୧୭ ଜିଲ୍ଲାରେ ହେଉଥିଲା ପଞ୍ଜୀକରଣ  । ପଞ୍ଜୀକରଣ ପରେ କରାଯିବ  ସାଟେଲାଇଟ୍ ସର୍ବେକ୍ଷଣ । ସପ୍ତାହେ ଭିତରେ ଆରମ୍ଭ ହେବ ଧାନ କିଣା ପ୍ରକ୍ରିୟା । ୪୮ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଯିବ ଟଙ୍କା । ମଣ୍ଡି ଦାୟିତ୍ୱରେ ରହିବେ ନୋଡାଲ ଅଧିକାରୀ । ଆମର ଲକ୍ଷ ରହିଛି ୧୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ। ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରହିଛି ।  କରାଇ ଦିଆଯାଇନାହିଁ କାଟ ଛାଟ । ଅସାଧୁ ମିଲର ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

What's Your Reaction?

like

dislike

love

funny

angry

sad

wow