ଦଶହରାରେ ଗଡ଼ିନପାରେ ଘରୋଇ ବସ୍
ଆସନ୍ତାକାଲି ସଂଧ୍ୟା ୭ଟାରୁ ୮ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ୨୪ ଘଣ୍ଟା ଧରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ୍ ଚଳାଚଳ ବନ୍ଦ ଡାକରା ଦେଇଛି ଘରୋଇ ବସ୍ ମାଲିକ ସଂଘ ।ପୁଣି ଥରେ ଲକ୍ଷ୍ମୀ ବସକୁ ବ୍ଲକ ଠାରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଚଳାଚଳ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ରାଜ୍ୟ ସରକାର। ଏହାକୁ ବିରୋଧ କରିଛି ଘରୋଇ ବସ୍ ମାଲିକ ସଂଘ।ଏହା ଦ୍ୱାରା ସରକାର କ୍ଷତି ସହିବେ ବୋଲି କହିଛି ସଂଘ ।ତେବେ ଏଥିଲାଗି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଯାତ୍ରୀମାନେ ।
What's Your Reaction?