ବ୍ରହ୍ମପୁର ରାଗିଂ ଘଟଣା, ୧୭ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

Oct 6, 2024 - 14:23
 0  2
ବ୍ରହ୍ମପୁର ରାଗିଂ ଘଟଣା, ୧୭ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରାଗିଂ ଘଟଣାରେ ୧୭ ଜଣ ଛାତ୍ରଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ। ରାଗିଂରେ ସମ୍ପୃକ୍ତ ଥିବା ୪ ଛାତ୍ରଙ୍କୁ ହଷ୍ଟେଲରୁ ବାହାର କରିଦିଆଯାଇଥିବାେଳେ ୧୩ ଜଣ ଛାତ୍ରଙ୍କୁ ୧ ହଜାର ଟଙ୍କା ଜରିମାନା ସହ ଅଣ୍ଡରଟେକିଂ ଦାଖଲ କରିବାକୁ ଦିଆଯାଇଛି ନିର୍ଦ୍ଦେଶ। ୪ ଛାତ୍ରଙ୍କୁ ଏକ ସପ୍ତାହ ମଧ୍ୟରେ ହଷ୍ଟେଲ ଖାଲି କରିବାକୁ ଦିଆଯାଇଛି ସମୟସୀମା। ଗତ ୨୧ ତାରିଖରେ ନୂତନ ହଷ୍ଟେଲରେ ରହୁଥିବା ପ୍ରଥମ ବର୍ଷର ଛାତ୍ରଙ୍କୁ ଅନ୍ୟ ହଷ୍ଟେଲର ଦ୍ବିତୀୟ ବର୍ଷର ଛାତ୍ରମାନେ ମାନସିକ ନିର୍ଯାତନା ଦେବା ସହ କରିଥିଲେ ରାଗିଂ ।ଏନେଇ ପ୍ରଥମ ବର୍ଷର ଛାତ୍ର ମାନେ ୟୁଜିସିର ଆଣ୍ଟି ରାଗିଂ ସେଲରେ କରିଥିଲେ ଅଭିଯୋଗ। ଅଭିଯୋଗର ତଦନ୍ତ କରିଥିଲେ ୧୨ ଜଣିଆ ଆଣ୍ଟିରାଗିଂ କମିଟିର ସଦସ୍ୟ ଓ ଜଣେ ଡିଏସପି । ସିସିଟିଭି ଫୁଟେଜକୁ ଆଧାର କରି ରାଗିଂ କରିଥିବା ଛାତ୍ରଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ଦେଇଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି ଗୀତାଞ୍ଜଳି ଦାସ 

What's Your Reaction?

like

dislike

love

funny

angry

sad

wow