ତିରୁପତିଙ୍କ ପ୍ରସାଦରେ ପୋକ

Oct 6, 2024 - 13:59
 0  2
ତିରୁପତିଙ୍କ ପ୍ରସାଦରେ ପୋକ

ତିରୁପତି ତିରୁମାଲା ମନ୍ଦିରର ପ୍ରସାଦକୁ ନେଇ ଥମୁନି ବିବାଦ । ପ୍ରଥମେ ଲଡୁରେ ଅପମିଶ୍ରିତ ଘିଓ ଚର୍ବି ମିଶାଯାଉଥିବା ନେଇ ଅଭିଯୋଗ ପରେ ଏବେ ପୁଣି ପ୍ରସାଦରୁ ପୋକ ବାହାରିଥିବା ଭିଡିଓ ଓ ଫଟୋ ସାମାଜିକ ଗଣମାଧ୍ୟମରେ ହୋଇଛି  ଭାଇରାଲ । ଏଭଳି ସଂଗୀନ ଅଭିଯୋଗ ଆସିଛନ୍ତି ଚନ୍ଦୁ ନାମକ ଭକ୍ତ । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛି ତିରୁମାଲା ତିରୁପତି ଦେବସ୍ଥାନମ । ସୂଚନା ଅନୁଯାୟୀ, ଅକ୍ଟୋବର ୨ ତାରିଖରେ ୱରଙ୍ଗଲାରୁ ତିରୁମାଲା ମନ୍ଦିରକୁ ଭେଙ୍କେଟେଶ୍ବର ସ୍ବାମୀଙ୍କ ଦର୍ଶନ ପାଇଁ ଯାଇଥିଲେ ଚନ୍ଦୁ । ସେ ମନ୍ଦିର ଭିତରେ ଲଣ୍ଡା ହେବା ପରେ ପ୍ରସାଦ ସେବନ କରିବାକୁ ଯାଇଥିଲେ । ପ୍ରସାଦ ଖାଇବା ସମୟରେ ସେଥିରେ ଗୋଟିଏ ପୋକ ଚାଲୁଥିବା ଦେଖିବାକୁ ପାଇଥିଲେ । ଏ ସଂପର୍କରେ ସେ ସେଠାରେ ଉପସ୍ଥିତ କର୍ମଚାରୀଙ୍କୁ କହିଥିଲେ ।କିନ୍ତୁ ସେମାନେ କହିଥିଲେ ବେଳେ ବେଳେ ଏମିତି ଘଟେ । ତେବେ ସେମାନଙ୍କ ପ୍ରତିକ୍ରିୟା ଶୁଣି ଚକିତ ହୋଇଯାଇଥିଲେ ସେ । ଘଟଣା ସାମ୍ନାକୁ ଆସିବା ପରେ ମନ୍ଦିର କର୍ମଚାରୀମାନେ ଅପମାନିତ ଓ ଭୟଭୀତ କରିବାକୁ ଚେଷ୍ଟା କରିଥିବା କହିଛନ୍ତି ଚନ୍ଦୁ । 

What's Your Reaction?

like

dislike

love

funny

angry

sad

wow