ବଦଳିବ ୨୪୮ ବର୍ଷର ପରମ୍ପରା : ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ବାଜିବ ଭାରତୀୟ ବ୍ୟାଣ୍ଡ

Jan 13, 2025 - 15:27
 0  5
ବଦଳିବ ୨୪୮ ବର୍ଷର ପରମ୍ପରା : ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ବାଜିବ ଭାରତୀୟ ବ୍ୟାଣ୍ଡ

ଜାନୁଆରୀ ୨୦ ତାରିଖରେ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବେ ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦ୍ୱିତୀୟ ଥର ଲାଗି ଟ୍ରମ୍ପ ଶପଥ ନେଉଥିବା କାରଣରୁ ଜୋରଦାର ଚାଲିଛି ପ୍ରସ୍ତୁତି  । ଏଥର କିନ୍ତୁ ଆମେରିକାରେ ଭାଙ୍ଗିବ ୨୪୮ ବର୍ଷର ପରମ୍ପରା । ଅର୍ଥାତ୍‌ ଶପଥ ସମାରୋହ ଏମିତି ହେବାକୁ ଯାଉଛି ଯାହା କେବେ ଆମେରିକାରେ ହୋଇନଥିଲା କି ଆମେରିକାବାସୀ ଦେଖିନଥିଲେ । କାରଣ ଶପଥ ପାଇଁ ମେଗା ଇଭେଣ୍ଟର କରାଯାଉଛି ଆୟୋଜନ ।ନିଜ ଶପଥ ସମାରୋହ ଲାଗି ଚୀନର ରାଷ୍ଟ୍ରପତି ଜିନିପିଙ୍ଗ ସହ ଅନେକ ରାଷ୍ଟ୍ରର ମୁଖ୍ୟଙ୍କୁ ନିଜେ ନିମନ୍ତ୍ରଣପତ୍ର ପଠାଇଛନ୍ତି ଟ୍ରମ୍ପ ।ସେହିପରି ଏଥର ନୂଆକରି ଆମେରିକା ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ଉତ୍ସବରେ ବାଜିବ ଭାରତୀୟ ବ୍ୟାଣ୍ଡ । ଆଉ ପୁରା ବିଶ୍ବର ନେତା ଦେଖିବେ ଭାରତର ଐତିହ୍ୟ ଓ ପରମ୍ପରା । ତେବେଆମେରିକାର ଶପଥ ସମାରୋହରେ ଭାରତୀୟ ବ୍ୟାଣ୍ଡ ବାଜିବାକୁ ନେଇ ଭାରତ-ଆମେରିକା ସମ୍ପର୍କ କେତେ ମଜବୁତ ତାହା ହୋଇଛି ପ୍ରମାଣିତ ।  

What's Your Reaction?

like

dislike

love

funny

angry

sad

wow