ଓଡ଼ିଶାରେ ଆୟୁଷ୍ମାନ ଭାରତ ପାଇଁ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ହେଲା ଚୁକ୍ତିନାମା
ଆୟୁଷ୍ମାନ ଭାରତ ଯୋଜନା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଚୁକ୍ତିନାମା ହୋଇଛି ସ୍ୱାକ୍ଷରିତ ।ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇ କହିଛନ୍ତି ଯେ, ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗି ଦିଆଯିବ ଗୋଟିଏ କାର୍ଡ । ୧.୩ କୋଟି ପରିବାରକୁ ଆୟୁଷ୍ମାନ ଭାରତ କାର୍ଡ ମିଳିବ ।ଆୟୁଷ୍ମାନ ଯୋଜନା ପ୍ରଥମ ଥର ପାଇଁ ଓଡ଼ିଶାରେ ଲାଗୁ ହେବା ଫଳରେ ଏହି କାର୍ଡ ଦ୍ବାରା ସାରା ଭାରତର ଯେକୌଣସି ସ୍ଥାନରେ ଉଭୟ ସରକାରୀ ଓ ଘରୋଇ ହାସପାତାଳରେ ୫ ଲକ୍ଷରୁ ୧୦ଲକ୍ଷ ପର୍ଯ୍ୟନ୍ତ କରିପାରିବେ ମାଗଣା ଚିକିତ୍ସା ।
What's Your Reaction?