H1N1କୁ ନେଇ ବଡ଼ ଅପଡେଟ୍! ଭୟ ନୁହେଁ, ସତର୍କ ରୁହନ୍ତୁ !

Aug 24, 2026 - 12:03
 0  1
H1N1କୁ ନେଇ ବଡ଼ ଅପଡେଟ୍! ଭୟ ନୁହେଁ, ସତର୍କ ରୁହନ୍ତୁ !

ଦେଶରେ ପୁଣି ବଢ଼ୁଛି H1N1 ଫ୍ଲୁର ପ୍ରକୋପ । ବିଭିନ୍ନ ଅଞ୍ଚଳରେ H1N1 ଭୂତାଣୁ ଚିହ୍ନଟ ହେଉଥିବା ବେଳେ ଏହାକୁ ନେଇ ଲୋକଙ୍କ ମନରେ ଭୟ ବଢ଼ିଛି। ତେବେ ଏହାରି ଭିତରେ ଆସିଛି ଆଶ୍ୱସ୍ତ କରିବା ଭଳି ଖବର । 

 ଦେଶରେ ପୁଣି ବଢ଼ୁଛି H1N1 ଫ୍ଲୁର ପ୍ରକୋପ । ବିଭିନ୍ନ ଅଞ୍ଚଳରେ H1N1 ଭୂତାଣୁ ଚିହ୍ନଟ ହେଉଥିବା ବେଳେ ଏହାକୁ ନେଇ ଲୋକଙ୍କ ମନରେ ଭୟ ବଢ଼ିଛି। ତେବେ ଏହାରି ଭିତରେ ଆସିଛି ଆଶ୍ୱସ୍ତ କରିବା ଭଳି ଖବର । ଭାରତରେ ଏବେ କୌଣସି ନୂଆ H1N1 ଷ୍ଟ୍ରେନ୍ ଚିହ୍ନଟ ହୋଇନାହିଁ ବୋଲି ସ୍ପଷ୍ଟ କରିଛି ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ICMR। ତେଣୁ ଏଥିପାଇଁ ଅଯଥା ଭୟଭୀତ ହେବାର ଆବଶ୍ୟକତା ନାହିଁ ।

କ’ଣ କହିଛି ICMR?

ICMR ବୈଜ୍ଞାନିକଙ୍କ ଅନୁସାରେ, ଭାରତରେ ଏବେ ଯେଉଁ H1N1 ଭାଇରସ୍‌ ଚିହ୍ନଟ ହେଉଛି, ତାହା କୌଣସି ନୂଆ ଭୂତାଣୁ ନୁହେଁ । ଏହା A/Missouri/11/2025 (H1N1) pdm09 ଷ୍ଟ୍ରେନ୍‌ ସହ ସମାନ। ଏହି ଭାଇରସ୍‌ ୨୦୨୫ରୁ ବିଶ୍ୱର ବିଭିନ୍ନ ଅଞ୍ଚଳରେ ଘୁରୁଛି ।

 ICMR କହିଛି, ଭାରତରେ ଚିହ୍ନଟ ହେଉଥିବା ଭାଇରସ୍‌ଗୁଡ଼ିକ ଉତ୍ତର ଗୋଲାର୍ଦ୍ଧ ପାଇଁ ସୁପାରିସ କରାଯାଇଥିବା ଫ୍ଲୁ ଭ୍ୟାକ୍ସିନ୍‌ର ଷ୍ଟ୍ରେନ୍‌ ସହ ଭଲ ଭାବରେ ମେଳ ଖାଉଛି ।

ଅଧିକ ପଢ଼ନ୍ତୁ:ଓଡ଼ିଶାରେ ବର୍ଷାର ବ୍ରେକ୍ ନାହିଁ! ୨ ମାସରେ ୭ ଲଘୁଚାପ

H1N1 କ’ଣ?

H1N1 ହେଉଛି ଏକ ପ୍ରକାର ସିଜନାଲ୍ ଫ୍ଲୁ । ଅଧିକାଂଶ କ୍ଷେତ୍ରରେ ଏହା ଗୁରୁତର ହୁଏ ନାହିଁ ଏବଂ ଠିକ୍ ବିଶ୍ରାମ ଓ ଯତ୍ନ ନେଲେ ଲୋକେ ସୁସ୍ଥ ହୋଇଯାଆନ୍ତି ।

ଏହାର ସାଧାରଣ ଲକ୍ଷଣ ହେଉଛି
ଜ୍ୱର, କାଶ, ମୁଣ୍ଡବିନ୍ଧା ଏବଂ ଶରୀରରେ ଯନ୍ତ୍ରଣା।

କିଏ ଅଧିକ ସତର୍କ ରହିବେ?

ତେବେ ସମସ୍ତଙ୍କ ପାଇଁ ବିପଦ ସମାନ ନୁହେଁ । ଛୋଟ ପିଲା, ବୟସ୍କ ବ୍ୟକ୍ତି ଏବଂ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଥିବା ଲୋକଙ୍କଠାରେ ଏହା ଗୁରୁତର ହେବାର ଆଶଙ୍କା ଅଧିକ ରହିପାରେ । ତେଣୁ ଜ୍ୱର, କାଶ ଭଳି ଲକ୍ଷଣ ଦୀର୍ଘ ସମୟ ଧରି ରହିଲେ, ବଢ଼ିଗଲେ କିମ୍ବା ଗୁରୁତର ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନେବାକୁ ବିଶେଷଜ୍ଞମାନେ କହିଛନ୍ତି।

 ସ୍ୱାସ୍ଥ୍ୟ ବିଭାଗର ନଜର

ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ H1N1 ସ୍ଥିତି ଉପରେ ନିୟମିତ ନଜର ରଖୁଛନ୍ତି । ଟେଷ୍ଟିଂ ଓ ସର୍ଭେଲାନ୍ସ ମାଧ୍ୟମରେ ଭାଇରସ୍‌ର ସ୍ଥିତି ଉପରେ ନଜରଦାରି କରାଯାଉଛି। ତେଣୁ H1N1 ଭାଇରସ୍‌ ଦେଶରେ ଘୁରୁଥିଲେ ମଧ୍ୟ ଏବେ କୌଣସି ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇନାହିଁ । ଅଯଥା ଭୟ ନକରି ସାଧାରଣ ସତର୍କତା ଅବଲମ୍ବନ କରିବା ସହ ଆବଶ୍ୟକ ପଡ଼ିଲେ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି ।

What's Your Reaction?

like

dislike

love

funny

angry

sad

wow