ଡଙ୍ଗାରେ ଚଢ଼ିବା ବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର, ରାଜକନିକାରେ ଚାଞ୍ଚଲ୍ୟ !

Aug 25, 2026 - 12:20
 0  1
ଡଙ୍ଗାରେ ଚଢ଼ିବା ବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର, ରାଜକନିକାରେ ଚାଞ୍ଚଲ୍ୟ !

ଡଙ୍ଗାରେ ଚଢ଼ିବା ବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର! କେନ୍ଦ୍ରାପଡ଼ା ରାଜକନିକା ଅଞ୍ଚଳରେ ଅଘଟଣ । ଖରସ୍ରୋତା ନଦୀ ପାର ହେବା ପାଇଁ ଡଙ୍ଗା ନିକଟକୁ ଯାଉଥିବା ବେଳେ ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି । 

ଡଙ୍ଗାରେ ଚଢ଼ିବା ବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର! କେନ୍ଦ୍ରାପଡ଼ା ରାଜକନିକା ଅଞ୍ଚଳରେ ଅଘଟଣ । ଖରସ୍ରୋତା ନଦୀ ପାର ହେବା ପାଇଁ ଡଙ୍ଗା ନିକଟକୁ ଯାଉଥିବା ବେଳେ ଜଣେ ବୃଦ୍ଧଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି । ନିଖୋଜ ବ୍ୟକ୍ତି ହେଲେ ପରେଶ୍ୱର ବେହେରା । ସୂଚନା ଅନୁସାରେ, ଗଙ୍ଗାଧର ପ୍ରସାଦ ଡିଆ ଗାଁରୁ ଡଙ୍ଗାରେ ନଦୀ ପାର ହୋଇ ଆୟତ ବଜାର ଯିବା ପାଇଁ ପରେଶ୍ୱର ଡଙ୍ଗା ନିକଟକୁ ଯାଉଥିଲେ । ଠିକ୍‌ ଏହି ସମୟରେ ହଠାତ୍‌ ଏକ କୁମ୍ଭୀର ତାଙ୍କୁ ନଦୀ ଭିତରକୁ ଟାଣି ନେଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । 

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି । ନିଖୋଜ ବୃଦ୍ଧଙ୍କୁ ଖୋଜିବା ପାଇଁ ନଦୀରେ ସର୍ଚ୍ଚ ଅପରେସନ ଜାରି ରହିଛି । ଅନ୍ୟପଟେ, ନଦୀରେ କୁମ୍ଭୀର ଆତଙ୍କକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ନିଖୋଜ ପରେଶ୍ୱର ବେହେରାଙ୍କ ସନ୍ଧାନ ପାଇଁ ଉଦ୍ଧାରକାରୀ ଦଳର ଅଭିଯାନ ଜାରି ରହିଛି । 

What's Your Reaction?

like

dislike

love

funny

angry

sad

wow