ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ; ୩ ମୃତ ଜଣେ ଆହତ

ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ; ୩ ମୃତ ଜଣେ ଆହତ

ତାମିଲନାଡ଼ୁର ଏକ ବାଣ ଗୋଦାମରେ ଘଟିଛି ଭୟଙ୍କର ବିସ୍ଫୋରଣ। ଏଥିରେ ତିନି ଜଣଙ୍କର ମୃତ୍ୟୁ ଘଟି ଥିବାବେଳେ ଜଣେ ଆହତଙ୍କୁ ହାସପାତାଳରେ କରାଯାଇଛି ଭର୍ତ୍ତି ।ସୂଚନା ଅନୁସାରେ, ତାମିଲନାଡୁର ବିରୁଧୁନଗର ଜିଲ୍ଲାର ସତ୍ତୁର ଅଞ୍ଚଳ ନିକଟରେ ଥିଲା ଏହି ବାଣ ଗୋଦାମ । ବାଣ ପ୍ରସ୍ତୁତି ଚାଲିଥିବା ସମୟରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଫଳରେ ଏକାଧିକ ବାଣରେ ନିଆଁ ଲାଗି  ଘିଟିଛି ଏପରି ଭୟଙ୍କର ବିସ୍ଫୋରଣ ।